ଦାର୍ଶନିକ କାର୍ଲମାର୍କସଙ୍କ ୨୦୬ ତମ ଜୟନ୍ତୀ ପାଳିତ।

0 285

ରାଜସୁନାଖଳା,୦୫/୦୫(ପିପିଟି): ବୈଜ୍ଞାନିକ ସମାଜବାଦ ର ମହାନ ଦାର୍ଶନିକ କାର୍ଲ ମାର୍କସଙ୍କ ୨୦୬ତମ ଜନ୍ମ ଜୟନ୍ତୀ ଆଜି ରାଜସୁନାଖଳା ମୁଦୁଲି ମାର୍କେଟ କମ୍ପ୍ଲେକସରେ ସି ପି ଆଇ (ଏମ୍) ରଣପୁର ଉତ୍ତର ଆଞ୍ଚଳିକ କମିଟି ତରଫରୁ ପାଳିତ ହୋଇ ଯାଇଛି। ସାଥୀ ଦୁଃଶାସନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରଥମେ ଉପସ୍ଥିତ ସମସ୍ତ ସାଥୀ କାର୍ଲମାର୍କସ ଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ପଣ କରିଥିଲେ। କାର୍ଲମାର୍କସଙ୍କ ଶୋଷଣ ବିହୀନ ସମାଜ ଗଠନ କରିବା ଲକ୍ଷ,ପୁଞ୍ଜିବାଦୀ ବ୍ୟବସ୍ଥାର ବିଲୋପ,ବୈଜ୍ଞାନିକ ସମାଜବାଦ ଗଠନ ଓ ବସ୍ତୁବାଦୀ ଦର୍ଶନ ଉପରେ ବକ୍ତା ମାନେ ଆଲୋଚନା କରିଥିଲେ। ଭାରତ ବର୍ଷରେ ଶାସକ ମୋଦୀ ସରକାରର ପୁଞ୍ଜିବାଦୀ ଓ ସାମ୍ପ୍ରଦାୟିକବାଦ ଆକ୍ରମଣ ଓ ଜନ ବିରୋଧି ନୀତି ବିରୋଧରେ ଜନତା ଜନାର୍ଦ୍ଦନଙ୍କୁ ଐକ ବଦ୍ଧ କରି ଜନ ଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ବକ୍ତା ମାନେ ଆହ୍ବାନ ଦେଇଥିଲେ।ଶୋଷଣ ବିହୀନ ସମାଜ ଗଠନ ଲକ୍ଷରେ ସମସ୍ତ ସାଥୀ ମାନେ ଶପଥ ଗ୍ରହଣ କରିଥିଲେ।ଆଜିର ଦିନରେ ମାର୍କ୍ସଙ୍କ ଦର୍ଶନ ହିଁ ଏକାନ୍ତ ଆବଶ୍ୟକ ଓ ବିକଳ୍ପ ବୋଲି ବକ୍ତା ମାନେ ଆଲୋଚନା କରିଥିଲେ। ଏହି ଆଲୋଚନା ସଭାରେ ପାର୍ଟିର ଆଞ୍ଚଳିକ କମିଟି ସମ୍ପାଦକ ସୁରେଶ ସ୍ବାଇଁ,ଶିକ୍ଷକ ନେତା ନିରଞ୍ଜନ ସୁବୁଦ୍ଧି,ଯୁବ ନେତା ସବ୍ୟସାଚୀ ସେନାପତି,ଭଗବାନ ଇନ୍ଦ୍ରଜିତ ପ୍ରମ୍ମୁଖ ଆଲୋଚନା କରିଥିଲାବେଳେ ମହିଳା ନେତ୍ରୀ ପୁଷ୍ପାଞ୍ଜଳି ସେନାପତି,ଶାନ୍ତିଲତା ରଗଡ଼,ହୁଲାସ ରଣା ଓ ଧନେଶ୍ୱର ନାୟକ ଆଦି ଉପସ୍ଥିତ ଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.