ମାଲକାନଗିରି,୦୯/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ କାମ ନମିଳିବାରୁ ଯୁବକମାନେ କାମ ଅନ୍ବେଷ ଣରେ ବାହାର ରାଜ୍ଯକୁ ଯିବା ପାଇଁ ବାଧ୍ଯ ହେଉଛନ୍ତି ।ବାହାର ରାଜ୍ଯରେ କାମ କରି ଦୁଇ ପଇସା ରୋଜଗାର କରିବାର ମନରେ ଯେଉଁ ଆଶା ରହୁଛି ବେଳେ ବେଳେ ନୈରାଶ୍ଯରେ ପରିଣତ ହୋଇଯାଉଛି । ଶ୍ରମିକ ଶ୍ରମଦାନ କଲେ ମଧ୍ଯ ପାଉ ନାହାନ୍ତି ପାରିଶ୍ରମିକ । ଶୋଷଣର ଶିକାର ହୁଅନ୍ତି ହାଡ ଭଙ୍ଗା ପରିଶ୍ର କରି ଶ୍ରମିକ । ଏମିତି ଏକ ଦାଦନ ଦୁଃଖ ଘଟିଛି ୧୩ ଜଣ ମାଲକାନଗିରି ଜିଲ୍ଲାର ଶ୍ରମଜୀବୀଙ୍କ କ୍ଷେତ୍ରରେ ।କାଲିମେଲା ବ୍ଲକ ଅନ୍ତର୍ଗତ ଭେଜାଙ୍ଗିୱାଡା ପଞ୍ଚାୟତର ବଦଲିଗୁଡା ଗ୍ରାମର ୧୩ ଜଣ ଶ୍ରମିକ ତେଲେଙ୍ଗାନାକୁ କାମ କରିବା ପାଇଁ ଯାଇଥିବା ବେଳେ ସେଠାରେ ତିନି ମାସ କାମ କରିଥିଲେ ମଧ୍ଯ ଜନୈକ ଠିକାଦାର ସେମାନଙ୍କୁ କୌଣସି ପାରିଶ୍ରମିକ ନଦେବାରୁ ଆଜି ମାଲକାନଗିରି ଜିଲ୍ଲାଶ୍ରମ କାର୍ଯ୍ଯାଳୟରେ ଲିଖିତ ଅଭିଯୋଗ କରାଯାଇଛି । ଗତ ମାର୍ଚ୍ଚ ମାସରେ ବଦଲିଗୁଡା ଗ୍ରାମର ଜଗା ମାଡି, ଭୀମାମାଡି-୧, ଗଙ୍ଗା ସୋଡି,ଭୀମା ମାଡି-୨,ଦେବା ମାଡକାମୀ,ଈଶ୍ବର ପଡିଆମୀ, ସୁରେନ୍ଦ୍ର ସୁନା,ବିଜୟ ମାଡି,ନନ୍ଦା କୱାସୀ,ଭୀମା ସୋଡି, କୃଷ୍ଣ ମାଡି, ରଞିଜିତ ସୁନା ଏବଂ ଦେବା ମାଡି ତେଲେଙ୍ଗାନା ଯାଇ କେନାଲ କାମରେ ଯୋଗ ଜେଇଥିଲେ । କାଣ୍ଡେୟା ନାମକ ଜବୈକ ଠିକାଦାର ମାସକୁ ଜଣ ପିଛା ୧୧ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ କାମରେ ନିୟୋଜନ କରିଥିଲା । ମାର୍ଚ୍ଚ, ଏପ୍ରିଲ ଏବଂ ମଇ ତିନି ମାସ କାଳ ପର୍ଯ୍ଯନ୍ତ ୧୩ ଜଣ ଶ୍ରମିକ କାର୍ଯ୍ଯ କରିଥିଲେ ମଧ୍ଯ ଜନୈକ ଠିକାଦାର ସେମାନଙ୍କ ପାରିଶ୍ରମିକ ନଦେଇ ଧମକ ଚମକ ଦେଇ କେବଳ ଗାଡି ଭଡା ଦେଇ ବିଦା କରି ଦେଇଥିଲା । ଏହି ୧୩ ଜଣ ଶ୍ରମିକଙ୍କୁ ମୁଠାଏ ଦାନା ଦେଇ ଦିନ ତମାମ କାମରେ ଖଟାଇବା ସାର ହେଉଥିଲା । ମାଡ ଭୟରେ ଶ୍ରମିକମାନେ ପାଟି ନଫିଟାଇ ମାଲକାନଗିରି ଆସିବାକୁ ବାଧ୍ଯ ହୋଇଥିଲେ । ଆଜି ମାଲକାନଗିରି ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ବ ରଞ୍ଜନ କହଁରଙ୍କୁ ଭେଟି ସେମାନଙ୍କ ପାରିଶ୍ରିକ ପ୍ରଦାନ ଶକାସେ ଲିଖିତ ଅଭିଯୋଗ କରିଥିବ ଜାଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post