ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ।

0 327

ସାନଖେମୁଣ୍ଡି,୨୨/୦୭(ପିପିଟି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରୁ ଦାଦନକୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପାଟପୁର ଥାନା ଏସ.ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପ୍ରତାପଗିରି ଗ୍ରାମର ଗଦାଧର ଜେନା (୪୯) ସ୍ତ୍ରୀ ଓ ପିଲାଛୁଆକୁ ଛାଡ଼ି ଗତ ୧୨ ତାରିଖରେ ଆନ୍ଧ୍ରପ୍ରଦେଶ ର ତ୍ରିପୁର ର ନାଗିରି ଅଞ୍ଚଳକୁ ଦାଦନ ଖଟିବା ପାଇଁ ଯାଇ ଯାଇଥିଲେ । ସୂଚନାଯୋଗ୍ୟ,ଚଳିତ ମାସ ୧୨ ତାରିଖରେ ଗଦାଧର ଜେନା ସ୍ଥାନୀୟ ଦଲାଲଙ୍କ କଥା ମାନି ବିନା ଅଗ୍ରୀମ ଟଙ୍କାରେ ଅନ୍ୟ ଶ୍ରମିକଙ୍କ ସହ ମିଶି ଆନ୍ଧ୍ରପ୍ରଦେଶର ତ୍ରିପୁର ର ନାଗିରି ଅଞ୍ଚଳକୁ କାମ କରିବା ପାଇଁ ଯାଇଥିଲେ । ଗଦାଧର ସେଠାରେ ପହଞ୍ଚି ଗୋଟାଏ ଦିନ କାମ କରି ରାତ୍ର ରହୁଥିବା ଘରେ ଶୋଇଥିଲେ । କିନ୍ତୁ ତା ପର ଦିନ ସକାଳୁ ସେ ସେହି ଘରେ ନଥିବା ଦେଖିଥିଲେ ସେଠାରେ ରହୁଥିବା ଅନ୍ୟ ଶ୍ରମିକ ମାନେ ଗଦାଧରକୁ ଚାରିଆଡ଼େ ଖୋଜାଖୋଜି କରିବା ସହ ଆଖପାଖ ଗାଁକୁ ଯାଇ ଦେଖିଥିଲେ ହେଲେ ତାଙ୍କୁ ଆଉ ପାଇନଥିଲେ । ଫଳରେ ଗଦାଧରଙ୍କ ସ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଗଦାଧର ନିଖୋଜ ଥିବା ଜଣାଇଥିଲେ । ଗଦାଧର ଘରକୁ ଆସିବେ ବୋଲି ଭାବି ସ୍ତ୍ରୀ ଅପେକ୍ଷା କରିଥିଲେ । ହେଲେ ସେଭଳି ୯ ଦିନ ବିତିଯାଇଥିବା ବେଳେ ଗଦାଧର ଘରକୁ ଫେରିନାହାଁନ୍ତି ବୋଲି ସ୍ତ୍ରୀ ଗୋଲାପି ଜେନା କହିଛନ୍ତି । ଅନ୍ୟପଟେ ଗଦାଧରଙ୍କ ସ୍ତ୍ରୀ ଗୋଲାପି ନିଖୋଜ ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ପଶାସନକୁ ନିବେଦନ କରିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.