ମାଲକାନଗିରି,୧୮/୦୫(ପିପିଟି):ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ମାଲକାନଗିରି ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସତ୍ଯଜିତ ମିଶ୍ର ୫୬୩ ନଂମ୍ବର ରଖି ମାଲକାନଗିରି ଜିଲ୍ଲାରେ ଟପର ହୋଇଥିବା ଜଣା ପଡିଛି । ୧୨୪ ଛାତ୍ରଙ୍କ ମଧ୍ୟରୁ ୧୨୦ ଜଣ ଉତ୍ତୀର୍ଣ ହୋଇ ୯୮% କୃତକାର୍ଯ୍ୟ ହୋଇଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଛାତ୍ର ସତ୍ୟଜିତ ମିଶ୍ର ୫୬୩ ମାର୍କ ରଖି ଏ-ୱାନ ଗ୍ରେଡ୍ ରଖି ମାଲକାନଗିରି ଜିଲ୍ଲାରେ ଟପର ହୋଇଥିବା ବେଳେ ସତ୍ଯଜିତ ମିଶ୍ର ଦୈନିକ ୬ ଘଣ୍ଟା ପରିଶ୍ରମ କରୁଥିଲେ । ସେ ଭବିଷ୍ୟତରେ ଡାକ୍ତର ହୋଇ ଜନସେବା କରିବା ଲକ୍ଷ୍ଯ ରଖିଥିବା ପ୍ରକାଶ କରିଛନ୍ତି । ମାଆ ପ୍ରଣତି ମିଶ୍ର ଜଣେ ସୁଗହିଣୀ ହୋଇଥିବା ବେଳେ ବାପା ରତ୍ନାକର ମିଶ୍ର ମାଲରାନଗିରି ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ଯାଳୟର ଅଧ୍ୟାପକ ଅଟନ୍ତି । ସତ୍ଯଜିତ ବାପା ମା’ଙ୍କର ଏକ ମାତ୍ର ସନ୍ତାନ ହୋଇଥିବା ବେଳେ ସଫଳତାର ଶ୍ରେୟ ନିଜ ବାପା ମା’ ଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ପ୍ରଦାନ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post