ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କଲେ ମନ୍ତ୍ରୀ ।

0 366

ଭଞ୍ଜନଗର,୨୧/୦୩(ପିପିଟି): ଆସନ୍ତା ପୌର ନିର୍ବାଚନ କୁ ଦୃଷ୍ଟିରେ ରଖି ଭଞ୍ଜନଗର ଠାରେ ସବୁ ଦଳ ତରଫରୁ ପ୍ରଚାରକୁ ଜୋରଦାର କରାଯାଇଛି। ସେହିପରି ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ସୋମବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।ଅଧ୍ୟକ୍ଷ ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ଅନ୍ୟ ସମସ୍ତ ୱାର୍ଡର କାଉନସିଲର ପ୍ରାର୍ଥୀଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲେ। ଆଗାମୀ ନିର୍ବାଚନରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ। ଏହି ଯାତ୍ରା ଠାକୁରାଣୀଙ୍କ ମନ୍ଦିର ନିକଟରୁ ଆରମ୍ଭ କରି ଶଙ୍ଖ ସାହି, ମେନ ରୋଡ, ଖଲାସି ସାହି ଛକ, ଏନ.ଏ.ସି ରୋଡ, ମେଦିରି ସାହି, ମହମ୍ମଦୀୟ ସ୍କୁଲ ଛକ, ପୁରୁଣା ବଜାର ସାହି, ଡେରା ସାହି, ନାରାୟଣ ମନ୍ଦିର ସାହି, ପଲ୍ଲୀବାସୀ ପ୍ରେସ ଛକ, ସୁବୁଦ୍ଧି ସାହି ଦେଇ ପୁରୁଣା ବଜାର ସାହି, ମେନ ରୋଡର ଭଞ୍ଜ ପରିଷଦ ଛକ, ଭଞ୍ଜ ମାର୍ଗ, ଶ୍ରୀରାମ ମନ୍ଦିର ସାହି, ନାହା ତୋଠ ସାହି, ବଡଧୋବା ସାହି, ମହାନ୍ତି ସାହି, ତହସିଲ ଛକ, ମେଇନ ରୋଡ, ଆର.ସି ରୋଡ, ହାଇସ୍କୁଲ ଛକ ଦେଇ ମହାବୀର ଛକ,ବ୍ଲକ ଛକ, ବାଗଦେବୀ ରୋଡ଼ ଠାରେ ଶେଷ ହୋଇଥିଲା। ରାସ୍ତା ସାରା ବହୁ ପ୍ରଶଂସକ ଓ ଶୁଭେଛୁ ପ୍ରାର୍ଥୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ଯାତ୍ରାରେ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.