ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ବିରୁଦ୍ଧରେ ଗର୍ଜିଲା ବିଜେଡି ।

0 294

କୋଦଳା,୦୧/୧୧(ପିପିଟି): ପେଟ୍ରୋଲ ଡିଜେଲ ଓ ଏଲପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏହା ବିରୋଧରେ ରାଜରାସ୍ତାକୁ ଓହ୍ଳାଇଛି ବିଜେଡି । ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିବାଦ କରିଛି ମହିଳା ବିଜେଡି,ଏହି କ୍ରମରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣ ରୁ ବିଜେଡି ମହିଳା ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ବାହାରି ଦଳର ତୁଙ୍ଗ ନେତାଙ୍କ ସମେତ ହଜାର ହଜାର ମହିଳା କର୍ମୀ ଶୋଭାଯାତ୍ରାରେ ଯାଇ ବେଗୁନିଆପଡା ବ୍ଲକ ଅଫିସ ଆଗରେ ପ୍ରତିବାଦ କରିଛନ୍ତି । ତୈଳ ଦର ଓ ରନ୍ଧନ ଗ୍ୟାସ୍ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ବିଜେଡି ପକ୍ଷରୁ ଅଭିନବ ଢଙ୍ଗରେ ଏହାର ପ୍ରତିବାଦ କରାଯାଇଥିଲା । ତେଲ, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ କିପରି ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି ତାହା ବିଜେଡି କର୍ମୀମାନେ ରାଜରାସ୍ତାରେ ସ୍ଲୋଗାନ ଦେଇଥିଲେ । କେନ୍ଦ୍ରରେ କ୍ଷମତା ସିନ ବିଜେପି ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛି ଏହା ଯୋଗୁଁ ସାଧାରଣ ଜନତା ଓ ବିଶେଷ କରି ମା ଭଉଣୀ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି ବିଧାୟିକା । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏବିଡ଼ିଓ ନିରାକାର ଜେନାଙ୍କୁ ପ୍ରଦାନ କରାଯାଇଥିଲା। ଆଜିର ଏହି ପ୍ରତିବାଦ ରାଲିରେ ବ୍ଲକ ଅଧକ୍ଷା କେ.ରାଜଲକ୍ଷ୍ମୀ ଦୋରା, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ବ୍ଲକ ମହିଳା ବିଜେଡି ସଭାପତି ମଧୁମିତା ସାହୁ, ଗୀତାଞ୍ଜଳି ଭୂୟାଁ, ସମାଜସେବୀ ଗୋପବନ୍ଧୁ ସାହୁଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।
(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.