ଭଞ୍ଜନଗର,୦୧/୧୧(ପିପିଟି):ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହାକୁ ନେଇ ସମଗ୍ର ଦେଶବାସୀ ଅତିଷ୍ଠ ହୋଇ ପଡ଼ିଥିବା ବେଳେ କେନ୍ଦ୍ର ବିଜେପି ସରକାର କିନ୍ତୁ ଏହାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ।ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଡିଜେଲ, ପେଟ୍ରୋଲ, ଖାଇବା ତେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଚଳିବା କଷ୍ଟକର ହୋଇପଡ଼ିଛି।ଏହାର ପ୍ରତିବାଦରେ ରାଜ୍ୟ ସରକାର ସୋମବାର ସମସ୍ତ ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହାର ପ୍ରଭାବ ପଡିଥିଲା।ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକର ଶହ ଶହ ମହିଳା ବିଜେଡ଼ି କର୍ମୀ ଦିନ ୧୦ଟା ସମୟରେ ହାତରେ ପ୍ଲା କାର୍ଡ଼ ଓ ବିଭିନ୍ନ ସ୍ଲୋଗାନ ଦେଇ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।ଏଥିରେ ଭଞ୍ଜନଗର ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଭଞ୍ଜନଗର ମହିଳା ବିଜେଡ଼ି ସଭାନେତ୍ରୀ ଶୈଳବାଳା ବିଷୋୟୀ, ସୁଜ୍ଞାନୀ କୁମାରୀ ଗୌଡ଼, ସାଂସଦ ପ୍ରତିନିଧି ଦିବାକର ନାୟକ,ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ମୋହନ ପ୍ରଧାନ, ମହିଳା ନେତ୍ରୀ ଲିପିକା ସ୍ୱାଇଁଙ୍କ ସମେତ ବହୁ ନେତୃବୃନ୍ଦ ଓ ପୁରୁଷ ଏବଂ ମହିଳା କର୍ମୀ ସାମିଲ ହୋଇଥିଲେ।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)