ଦରଦାମ ନିୟନ୍ତ୍ରଣ ପ୍ରତିବାଦରେ କଂଗ୍ରେସ ତରଫରୁ ଆନ୍ଦୋଳନ 

0 11

ମାଲକାନଗିରି,୦୫/୦୮(ପିପିଟି): ମାଲକାନଗିରି ଜିଲ୍ଲା କଂଗ୍ରେସ ତରଫରୁ ରନ୍ଧନ ଗ୍ୟାସ ସାଙ୍ଗକୁ ଘରୋଇ ଖାଦ୍ୟ ସାମଗ୍ରୀର ଅହେତୁକ ଦର ଦାମ ବୃଦ୍ଧି, ଅଗ୍ନିପଥଯୋଜନା,ଚୁଡା,ଗୁଡ,ମୁଢି ଉପରେ ଜିଏସଟି ଲାଗୁ ଓ ବେକାରି ସମସ୍ୟାକୁ ଆଧାର କରି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି । ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମିମାନେ ବିକ୍ଷୋଭରେ ସାମିଲ ହୋଇଥିଲେ । କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ଭବନରୁ ବାହାରି ମାଲକାନଗିରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏଥିସହ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକାକୁ ଦାହ କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଏହା ସହ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ମଧ୍ୟ ଧସେଇ ପଶିବାକୁ ପ୍ରୟାସ କରୁଥିବା ବେଳେ କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଥିଲା ।ଯଦି କେନ୍ଦ୍ର ସରକାର ଆଗାମୀ ଦିନରେ ଦରଦାମ ବୃଦ୍ଧି ଉପରେ ନିୟତନ୍ତ୍ରଣ ନକରନ୍ତି ତେବେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନି ଦିଆଯାଇଛି । ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ନେତା ଶରତ ବୁରୁଦା , ପ୍ରାଣକ୍ରିଷ୍ଣା ମଣ୍ଡଳ. ଜିଲ୍ଲା ପରିଷଦ ସଭ୍ୟ ମଙ୍ଗୁ ଖିଲ, ପର୍ଶୁରାମ ଭକ୍ତ, ମାଲା ମାଢି, ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଯୋଗଦେଇ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ମାୟକ, ମାଲକାନଗିରି)

Leave A Reply

Your email address will not be published.