ଦମନ ଶିବିର ଅନୁଷ୍ଠିତ। 

0 384

ବ୍ରହ୍ମପୁର,୦୭/୦୧(ପିପିଟି); ଗୁରୁବାର ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ାକ୍ତର ମନୋଜ ପାଢ଼ୀଙ୍କ ନିର୍ଦେଶ କ୍ରମେ ଚିକିଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ପଂଚାୟତ ର ଆଦିବାସୀ ଇଲାକା ପାହାଡିଆ ଅଂଚଳ ଅନଂଗ କୃପାମୟୀ ପୁର ଗ୍ରାମରେ ଦମନ ଶିବିର  କାର୍ଯ୍ୟକ୍ରମ ହୋଇଥିଲା, ପ୍ରଥମେ ଲୋକ ମାନଙ୍କୁ ମ୍ୟାଲେରିଆ ଏବଂ ଅନ୍ୟ ମଶା ବାହିତ ରୋଗ ଉପରେ ମ୍ୟାଲେରିଆ ପରିଦର୍ଶକ ସୁଶାନ୍ତ ବାରିକ ସଚେତନ କରିଥିଲେ ଏବଂ ମଶାରୀ ଟାଣି ଶୋଇବା ପାଇଁ ଅନୁରୋଧ କରିଥିଲେ, ପରେ ଗ୍ରାମର ସମସ୍ତଙ୍କୁ ମ୍ୟାଲେରିଆ ନିମନ୍ତେ ରକ୍ତ ପରୀକ୍ଷା କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଦମନ ଶିବିରରେ ମ୍ୟାଲେରିଆ ପରିଦର୍ଶକଙ୍କ ନେତୃତ୍ୱରେ ଏକ ଟିମ ଡ଼କ୍ଟର ପି. ତ୍ରିବେଣୀ, ସ୍ୱାସ୍ଥ୍ୟ କର୍ମୀ ପାର୍ବତୀ ବିଶୋଇ, ଲାବ୍ରୋଟାରୀ ଟ୍ୱେଚନିସିଆନ ସୁନୀଲ ପଟ୍ଟନାୟକ, ଅଙ୍ଗନବାଡି ଜୋଛନା ନାୟକ, ଆଶା ଦିଦି ଇ ସ୍ନେହଲତା ପାତ୍ର ଓ ଦମୟନ୍ତୀ ପ୍ରଧାନ ଉପସ୍ଥିତ ଥିଲେ, ଗ୍ରାମବାସି ଏପରି କାର୍ଯ୍ୟକ୍ରମକୁ ସାଧୁବାଦ ଜଣେଇବା ସହିତ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.