ବ୍ରହ୍ମପୁର,୦୮/୦୯(ପିପିଟି):ଓଡିଶାର ପୁରାତନ ପ୍ରମୁଖ ସାହିତ୍ୟ ଅନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜର ୫୨ ତମ ସାମ୍ବତ୍ସରିକ ମହୋତ୍ସବରେ ଡ ଦଣ୍ଡପାଣି ବେହେରା ସ୍ମୁତି ସମ୍ମାନ ୨୦୧୯ରେ ବିନାୟକ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ରହ୍ମପୁର ସ୍ଥିତ ଉତ୍କଳ ଆଶ୍ରମ ସମ୍ମେଳନ କକ୍ଷରେ ଅନୁଷ୍ଠିତ ମହୋତ୍ସବରେ ବିଶିଷ୍ଟ ଅତିଥି ମାନେ ଐତିହ୍ୟ କଳା ସାହିତ୍ୟ ସଂସ୍କୃତି ସାମ୍ବାଦିକତା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରିଛନ୍ତି।ମୁଖ୍ୟ ଅତିଥି ସଂସ୍କୃତି ଗବେଷକ ଡ ପ୍ରଫୁଲ୍ଲ କୁମାର ରଥ, ଖଲ୍ଲିକୋଟ କଲେଜ ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଉତ୍ତମା ଜେନା କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ପାଦକ ଶାନ୍ତି ନିକେତନ ଅଧ୍ୟାପକ ଡ ଶରତ କୁମାର ଜେନା ସାହିତ୍ୟିକ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ଉପସଚିବ ଡ କୁଳମଣି ଓଝା, କୋଷାଧ୍ୟକ୍ଷ ଡ କୃଷ୍ଣ ଚରଣ ମହାପାତ୍ର, ସ୍ଵର୍ଣ୍ଣପ୍ରଭା ପାଢ଼ୀ, ଡ ବନମାଳି ପାଣିଗ୍ରାହୀ, ଡ଼ ହୃଷିକେଶ ପଣ୍ଡା, ଡ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାର ବହୁ ବିଜ୍ଞ ପ୍ରାଜ୍ଞ ସାହିତ୍ୟିକ ବୁଦ୍ଧିଜୀବୀ ଏଥିରେ ଯୋଗ ଦେଇଥିଲେ ।
ବିଖ୍ୟାତ ଐତିହାସିକ ତଥା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ସ୍ୱର୍ଗତ ଡ ଦଣ୍ଡପାଣି ବେହେରାଙ୍କ ସ୍ମୃତିରେ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଥିଲା ବେଳେ ୨୦୧୯ ବର୍ଷ ପାଇଁ ସାନଖେମୁଣ୍ଡିର ସାମ୍ବାଦିକ ତଥା ସାହିତ୍ୟିକ ବିନାୟକ ଦାଶଙ୍କୁ ଦଣ୍ଡପାଣି ବେହେରା ସ୍ମୃତି ସମ୍ମାନ ୨୦୧୯ରେ ସମ୍ବର୍ଦ୍ଧିତ କରାଯାଇଛି।
Prev Post