ବେଲଗୁଣ୍ଠା,୧୨/୧୧(ପିପିଟି):ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା। କିନ୍ତୁ ଆଜିବି ଚାଳ ଛପର ଘରେ ବିତୁଛି ଯୋଗ୍ୟ ହିତାଧିକାରୀଙ୍କ ଜୀବନ। ପ୍ରଶାସନିକ ଅଧିକାରୀଙ୍କ ଖାମ ଖିଆଲି ନୀତି ଯୋଗୁଁ ଅଯୋଗ୍ୟକୁ ମିଳି ଯାଉଛି ଆବାସ କିନ୍ତୁ ଯୋଗ୍ୟ ବେଳକୁ ନାହିଁ। ଏମିତି ଅଭିଯୋଗ ଆସିଛି ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଂଚୟତ ମାଟିଆସାହି ଗ୍ରାମରୁ । ଏହି ଗ୍ରାମର ଏନ ରମେୟା ପ୍ରଧାନ ନିଜ ଦୁଇ ପୁଅ ,ବୋହୁ ନାତି ନାତୁଣୀ ଓ ପତ୍ନୀ ଲକ୍ଷ୍ମୀଙ୍କୁ ନେଇ ତାଙ୍କ ପରିବାର ହେଲେ ଏତେବଡ଼ ପରିବାରର ଲୋକଙ୍କ ରହିବା ପାଇଁ ରହିଛି ଗୋଟିଏ ବଖରା । ଗୋଟିଏ ଛୋଟିଆ କୁଡ଼ିଆରେ କଷ୍ଟରେ ବିତୁଛି ଏମାନଙ୍କ ଜୀବନ । ବଡ ପୁଅ କାଳିଆ ପେଟ ପାଟଣା ପାଇଁ ଭୁବନେଶ୍ୱର ଚାଲି ଯାଇଥିବା ବେଳେ ସାନ ପୁଅ ମଦ୍ୟପାନ କରି ସବୁ ରୋଜଗାର ଟଙ୍କାକୁ ବେକାର ଖର୍ଚ୍ଚ କରିଦେଉଥିବା ବାପା ପ୍ରକାଶ କରିଛନ୍ତି । ନାତି ଓ ବୋହୁ ଏବେ ଘରେ ରହୁଛନ୍ତି । ରମେୟାଙ୍କୁ ୬୮ ବର୍ଷ ବୟସ ହୋଇଗଲାଣି ଏବେ ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଛନ୍ତି । କୌଣସି କାର୍ଯ୍ୟ କରିବାକୁ ଆଉ ସେ ସକ୍ଷମ ନୁହଁନ୍ତି । ତାଙ୍କ ରୋଗର ଚିକିସ୍ଥା ପାଇଁ ଥିବା ଏକ ଜମିକୁ ବିକ୍ରି କରିଦେଇଥିବା ସେମାନେ କହିଛନ୍ତି । ଏପଟେ ପତ୍ନୀ ଲକ୍ଷ୍ମୀଙ୍କ ମଧ୍ୟ ବାତ କାରଣରୁ ସେ ଆଉ କାମ କରି ପାରୁନାହାଁନ୍ତି ଯାହା ଫଳରେ ଏବେ ରୋଜଗାର ଶୂନ୍ୟ ହୋଇପଡିଥିବା କାରଣରୁ ସ୍ୱଳ୍ପ ରୋଜଗାରରେ ଘରଟିଏ କରିବାକୁ ଏପରିକି ପୁରୁଣା ଘର ଉପରେ ଚାଳ ଛପର କରିବାକୁ ଅର୍ଥ ଯୋଗାଡ଼ ହୋଇପାରୁ ନାହିଁ । ଫଳରେ ବର୍ଷା ହେଲେ ଘର ଭିତରେ ପାଣି ପଶୁଛି । ମାଙ୍କଡ଼ ମାନଙ୍କ ଉପଦ୍ରବ ମଧ୍ୟ ଘରକୁ ଖୁବ କ୍ଷତି ପଂହଚାଉଛି । ଚାଳ ଉପରେ ପକାଯାଇଥିବା କଳା ପଲିଥିନ ମଧ୍ୟ ନଷ୍ଟ ହୋଇଗଲାଣି । ଯାହା ଫଳରେ ଏବେ ବୁର୍ବିସହ ଜୀବନ ବିତାଉଛନ୍ତି ଏହି ପରିବାର ଘର ଟିଏ ପାଇଁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କେହି ଗୁହାରି ଶୁଣୁନଥିବା ସେମାନେ ଜଣାଇଛନ୍ତି । ଗାଁ ରେ ଅନେକ ଥିଲା ବାଲାଙ୍କୁ ଓ ଥରେ ଘର ପାଇଥିବା ପରିବାରଙ୍କୁ ଆବାସ ଯୋଜନା ରେ ପୁଣି ଘର ଦିଆଯାଇଥିବା ବେଳେ ଏଭଳି ପ୍ରକୃତ ଯୋଗ୍ୟ ପରିବାରଙ୍କୁ ଆବାସ ମିଳି ପାରୁନାହିଁ । ବାସହୀନ ହୋଇ ଭାରି କଷ୍ଟ ଜୀବନ ବିତାଉଛନ୍ତି । ଏଭଳି ପରିବାର ଉପରେ କେବେ ପ୍ରସାସନ ରନଜର ପଦିବ ତାହାକୁ ଅପେକ୍ଷା ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )