ତ୍ରୁଟିପୂର୍ଣ୍ଣ ଚିକିତ୍ସା କରି ନକଲି ଡାକ୍ତର ଥାନାରେ ।

0 824

ଭଞ୍ଜନଗର,୦୨/୦୩(ପିପିଟି); ତାରସିଙ୍ଗି ଥାନା ଅନ୍ତର୍ଗତ ହଳନ୍ଦ ଖୋଳା ଗ୍ରାମର ରବୀନ୍ଦ୍ର ପାତ୍ର ଜଣେ କ୍ୱାକ ଡାକ୍ତରଙ୍କ ବିରୁଦ୍ଧରେ ତ୍ରୁଟିପୂର୍ଣ୍ଣ ଚିକତ୍ସାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଉକ୍ତ କ୍ଲିନିକରେ ଚଢ଼ାଉ କରି ତଦନ୍ତ ବେଳେ ବିନା ପ୍ରମାଣ ପତ୍ର ରେ କ୍ଲିନିକ ଖୋଲାଯାଇଥିବା ଜାଣିବାକୁ ପାଇଛି। ସେଠାରୁ ବିପୁଳ ପରିମାଣରେ ଔଷଧ, ଅସ୍ତ୍ରୋପଚାର ଯନ୍ତ୍ରପାତି ଜବତ ହୋଇଥିବା ବେଳେ ଚିକିତ୍ସା କରୁଥିବା ଡାକ୍ତରଙ୍କର ମଧ୍ୟ କୌଣସି ଯୋଗ୍ୟତା ନଥିବାରୁ ତାକୁ ତାରସିଙ୍ଗି ଥାନାରେ ଅଟକ ରଖାଯାଇଛି। ଗତ କିଛି ଦିନ ତଳେ ରବୀନ୍ଦ୍ର ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ତିନି ଛକିଆ ଠାରେ ଗତ ଏକ ମାସ ହେବ ଖୋଲିଥିବା ଲଷ୍ମୀ କ୍ଲିନିକକୁ ଯାଇଥିଲେ। ପଶ୍ଚିମବଙ୍ଗରୁ ଆସି ଏଠାରେ ଚିକିତ୍ସା କରୁଥିବା କ୍ୱାକ ଡାକ୍ତର ଜନୀ ସରକାରଙ୍କୁ ଦାନ୍ତ ଦେଖାଇଥିଲେ।ଡାକ୍ତର ରବୀନ୍ଦ୍ରଙ୍କର ଦାନ୍ତ ଉପାଡି ଥିଲେ ମଧ୍ୟ ତାହାର ସଠିକ ଚିକିତ୍ସା ହୋଇ ନଥିବାରୁ ପ୍ରବଳ ଯନ୍ତ୍ରଣା ହେବା ସହ ଦାନ୍ତ ମୂଳ ପଚି ଯାଇ ଥିଲା। ଏହାପରେ ବର୍ତ୍ତମାନ ରବୀନ୍ଦ୍ର ଆସି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏ ସମ୍ପର୍କରେ ତାରସିଙ୍ଗି ଥାନାରେ ନକଲି ଡାକ୍ତର ବିରୁଦ୍ଧରେ କେଶ ନଂ ୪୯/୨୧ରେ ମାମଲା ରୁଜ୍ଜୁ ହୋଇଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.