ତୈଳ ଦର ବୃଦ୍ଧି ସହ ଅନ୍ୟ ଦାବି ନେଇ ବେଗୁନିଆ ଓ ବୋଲଗଡ଼ କଂଗ୍ରେସର ଗଣଧାରଣା।

0 355

ବୋଲଗଡ଼,୧୦/୦୭(ପିପିଟି): ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ବେଗୁନିଆ ଓ ବୋଲଗଡ଼ ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ତୈଳ ଓ ଡାଲିର ଅହେତୁକ ଦର ବୃଦ୍ଧି ହେଉଛି । ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ତୈଳ ଦରବୃଦ୍ଧି ପାଇଁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ତେଣୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । କଂଗ୍ରେସ କହିଛି ଯେ, ଗଣଧାରଣା ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ଆଗାମୀ ୧୫ ତାରିଖ ମଧ୍ୟରେ ଯଦି ଦରଦାମ୍ ନକମିଲେ ବ୍ୟାପକ ଆନ୍ଦୋଳନ କରିବାକୁ ବିଧାୟକ ସୁର ରାଉତରାୟ କହିଛନ୍ତି । ଏହି ଗଣଧାରଣାରେ ବେଗୁନିଆ ବୋଲଗଡ଼ର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସାହୁ , ବ୍ଲକ ସଭାପତି ହାଡ଼ିବନ୍ଧୁ ମହାପାତ୍ର ଏବଂ ଲୋଚନ ରାଉତରାୟ ପ୍ରମୁଖ ଯୋଗଦେଇ ଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.