ତୁମୁଡିବନ୍ଧ ବନାଞ୍ଚଳରେ ବଣୁଆ ହାତୀ ଉପଦ୍ରଵ; ହାତୀ ଦଳିଦେବାରୁ ଜଣଙ୍କ ମୃତ୍ୟୁ; ତଦନ୍ତ ଅବ୍ୟାହତ ।

0 431

ବାଲିଗୁଡା,୨୫/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳର ଶିର୍ଲା ନିକଟସ୍ଥ ଟାହିପଡା ନିକଟ ଜଙ୍ଗଲରେ ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ ହେବା ଯୋଗୁଁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଦୁଇ ଦିନ ହେଲା ଟାହି ପଡା ଗ୍ରାମର ସୁକାଲା ପାଟମାଝୀ(୬୨) ନିଖୋଜ ଥିବା ବେଳେ ଆଜି ନିକଟସ୍ଥ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ସଦଳବଳ ପହଂଚି ଶବକୁ ଜବତ କରି ବ୍ୟବଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ତୁମୁଡିବନ୍ଧ ବନାଞ୍ଚଳ ରେଞ୍ଜର ଲଳିତ ମୋହନ ନାୟକ, ଫରେଷ୍ଟର ମାନସ ରଞ୍ଜନ ସାହୁ, ପିୟୁଷ ପ୍ରତୀକ ପଟ୍ଟନାୟକ ଓ ଶିବ ଶଙ୍କର ସାହୁ ପ୍ରମୁଖ ଘଟଣା ସ୍ଥଳ ଓ ହାତୀ ଦଳି ମାରିଥିବା ସୁକାଲାଙ୍କ ପରିବାର ନିକଟରେ ପହଞ୍ଚି ରେଞ୍ଜର ଶ୍ରୀ ନାୟକ ୧୦ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ବନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଯାହା କିଛି ସହାୟତା ରାଶି ମିଳି ପାରିବ ସେ ନେଇ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବା ସହ ତଦନ୍ତ ଅବ୍ୟାହତ ଥିବା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପୂର୍ବେ ଚନ୍ଦ୍ରଗିରୀ ଜଙ୍ଗଲରୁ ଗୋଟାଏ ମାଈ ହାତୀ ଓ ଏକ ଛୁଆ ହାତୀ ତୁମୁଡିବନ୍ଧ ସହର ଉପରକୁ ଆସିବା ସହ ୫୯ଜାତୀୟ ରାଜପଥ ଉପରେ ବୁଲିବା ସହ ପୁଣି ଆସିଥିବା ରାସ୍ତା ଦେଇ ଚାଲିଯାଇଥିଲେ। କୌଣସି କ୍ଷତି କରିନଥିବା କୁହାଯାଉଥିବା ବେଳେ ଆଜି ଏହି ବ୍ୟକ୍ତିର ଶବ ମିଳିବା ପରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.