ସାନଖେମୁଣ୍ଡି,୦୯/୧୨(ପିପିଟି): ଗତ ଲଘୁଚାପଜନିତ ଲଗାଣ ବର୍ଷା ପରେ ଜୱାଦ ବାତ୍ୟା ଜନିତ ବର୍ଷା ଓ ତାପରେ ପୁଣି ଲଘଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛି । ଧାନ ଫସଲ ର ଅକଳନୀୟ କ୍ଷତି ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି । ଆଜି ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ତିଳେଶ୍ୱର ଓ ବାଦୂଆ ମୌଜାର ଚାଷୀ ମାନେ ନିଜ ଚାଷ ଜମିର କ୍ଷୟକ୍ଷତି ସମ୍ପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଘୋଡାହାଡ ନଦୀ ସମେତ ଲଗାଣ ବର୍ଷାର ପ୍ରକୋପ ରେ ଚାଷୀଙ୍କ ଜମିରେ ବନ୍ୟାଜଳ ମାଡ଼ିବା ସହ ବ୍ୟାପକ କ୍ଷତି ହୋଇଥିବା ଚାଷୀ ପ୍ରକାଶ କରିଛନ୍ତି । ଗତ ମଙ୍ଗଳବାର ନିଜେ ଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀ ଏହି ଗ୍ରାମର ଚାଷ ଜମି ପରିଦର୍ଶନ କରି ଆକଳନ କରିଥିବା ବେଳେ ଗତ ୮,୯ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଜମିରେ ଥିବା ପାଚିଲା ଧାନ ଓ କଟା ଯାଇଥିବା ଧାନ କଳେଇ ସମ୍ପୂର୍ଣ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ସଠିକ୍ ତଦନ୍ତ କରି ସଠିକ୍ ଆକଳନ ସହ କ୍ଷତିପୂରଣ ପ୍ରଦାନ ଓ ସ୍ଥାୟୀ ପ୍ରତିକାର ପାଇଁ ସଂଗ୍ରାମକେଶରୀ ବିଶୋଇ , କୋରା ଜେନା , ସଞ୍ଜୟ ବିଶୋଇ , ସୁରେନ୍ଦ୍ର କୁମାର ପାତ୍ର , ଅଶୋକ କୁମାର ଜେନା , ବଳରାମ ସ୍ଵାଇଁ , ଲିଟୁ ବିଶୋଇ , କୋରେଶୁ ସ୍ବାଇଁ , ରାମଚନ୍ଦ୍ର ବିଶୋଇ , ଶରତ ସ୍ବାଇଁ , ପାଣ ସେଠୀ , ଅନାଦି ଚରଣ ପ୍ରଧାନ ଙ୍କ ସମେତ ଶତାଧିକ ଚାଷି ତହସିଲଦାର ଡ଼.ଶ୍ରୀନିବାସ ବେହେରାଙ୍କୁ ଦାବିପତ୍ର ଦେଇଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )