ତିର୍ତ୍ତୋଲ ବ୍ଳକ ଉପାଧ୍ୟକ୍ଷା ହେଲେ ସନ୍ଧ୍ୟାରାଣୀ ମହାନ୍ତି। 

0 518

ତିର୍ତ୍ତୋଲ,୨୩/୦୩(ପିପିଟି); ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ପଦଵୀ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀନୀ ଙ୍କ ସପକ୍ଷରେ ହୋଇଛି । ମହିଳା ପ୍ରାର୍ଥୀ ଭାବେ ଏହି ବ୍ଲକ ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତର ସମିତି ସଭ୍ୟା ସନ୍ଧ୍ୟାରାଣୀ ମହାନ୍ତି ଏହି ପଦବୀ ନିମନ୍ତେ ନିର୍ବାଚିତ ହୋଇଛନ୍ତି । ସେ ସର୍ବାଧିକ ୧୭ ଜଣ ସମିତି ସଭ୍ୟଙ୍କ ସମର୍ଥନ ପାଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ୧୦ ଜଣ ସମିତି ସଭ୍ୟଙ୍କ ସମର୍ଥନ ପାଇଥିଲେ । ସମୁଦାୟ ୨୯ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୨ ଜଣ ସମିତି ସଭ୍ୟ ଭୋଟ ଦାନରୁ ବିରତ ରହିଥିଲେ ।

(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.