ତିର୍ତ୍ତୋଲ ବ୍ଳକ ଅଧ୍ୟକ୍ଷ ହେଲେ ମନୋଜ କୁମାର ବେହେରା।

0 329

ତିର୍ତ୍ତୋଲ,୧୨/୦୩(ପିପିଟି); ତିର୍ତ୍ତୋଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜେଡ଼ିର ଗୋଟିଏ ଗୋଷ୍ଠୀର ଗୋଟି ଚାଳନାରେ ସର୍ବାଧିକ ସମିତି ସଭ୍ୟଙ୍କ ଭୋଟ ପାଇ ସାମନ୍ତରାପୁର ପଞ୍ଚାୟତ ସମିତି ସଭ୍ୟ ମନୋଜ କୁମାର ବେହେରା ନିର୍ବାଚିତ ହୋଇଥିବା ଜଣାପଡିଛି । ତାଙ୍କ ସହିତ ବିଜେଡିର ଅନ୍ୟ ଏକ ଗୋଷ୍ଠୀ କନିମୂଳ ପଞ୍ଚାୟତ ସମିତି ସଭ୍ୟ ବସନ୍ତ କୁମାର ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ଗୋବିନ୍ଦପୁର ପଞ୍ଚାୟତ ସମିତି ସଭ୍ୟ ଦେଵ ପ୍ରସାଦ ନାୟକ କଂଗ୍ରେସ ଦଳ ତରଫରୁ ପ୍ରତିଦ୍ବନ୍ଦିତା କରିଥିଲେ । ମୋଟ ୨୯ ଟି ପଞ୍ଚାୟତ ମଧ୍ୟରୁ ୧୩ ଟିରୁ ବିଜେଡି ପ୍ରାୟୋଜିତ ପଞ୍ଚାୟତ ସମିତି ସଦସ୍ୟ ପ୍ରାର୍ଥୀ ଜିତିଥିଲେ। ୭ଟି ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସମିତି ସଭ୍ୟ ବିଜୟୀ ହୋଇଥିଲେ, ୪ଟି ପଞ୍ଚାୟତରେ ବିଜେପି ଏବଂ ୫ଟି ପଞ୍ଚାୟତ ରେ ସମିତି ସଦସ୍ୟ ଆସନରେ ସ୍ଵାଧୀନ ପ୍ରାର୍ଥୀ ଜିତିଥିଲେ ।
(ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି )

Leave A Reply

Your email address will not be published.