ତିର୍ତ୍ତୋଲ,୩୦/୦୩(ପିପିଟି); ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ନବ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋଜ କୁମାର ବେହେରା । ତିର୍ତ୍ତୋଲ ବ୍ଲକ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ବିଶ୍ୱାଳ ,ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜଗତସିଂହପୁର ଜିଲ୍ଲା ପରିଷଦ ଉପସଭାପତି ସୁଜାତା ମହାନ୍ତିଙ୍କ ସହ ଶତାଧିକ ସମର୍ଥକଙ୍କ ଗହଣରେ ଏକ ବିରାଟ ପଟୁଆରରେ ବାଣ ଫୁଟାଇ ପୂର୍ବତନ ବିଧାୟକ ସ୍ଵର୍ଗତ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ । ବିଧିବିଧାନ ଅନୁଯାୟୀ ପୁରୋହିତଙ୍କ ଦ୍ଵାରା ପୂଜାର୍ଚ୍ଚନା କରିଵା ପରେ ଶ୍ରୀଯୁକ୍ତ ବେହେରା ବ୍ଲକ ଅଧ୍ୟକ୍ଷ ଆସନ ଅଳଙ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସମସ୍ତ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ନବ ନିର୍ବାଚିତ ବ୍ଲକ୍ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତିଙ୍କ ସହ ପଟିଲୋ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ ପ୍ରମୁଖ ଯୋଗଦେଇଥିଲେ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )