ତିର୍ତ୍ତୋଲ ବିଧାନସଭାର ମତଦାନ କେନ୍ଦ୍ର ଗୁଡ଼ିକରେ ବିଶୋଧକ ସିଞ୍ଚନ।

0 299

ତିର୍ତ୍ତୋଲ,୦୧/୧୧(ପିପିଟି),ତିର୍ତ୍ତୋଲ ଗ୍ରାମ୍ଯ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ବିଶୋଧକ ସିଞ୍ଚନ । ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଚିହ୍ନଟ ମତଦାନ କେନ୍ଦ୍ର ଗୁଡିକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗ୍ରାମ୍ଯ ପାନୀୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ବିଭାଗୀୟ କର୍ମଚାରୀଙ୍କୁ ସ୍ବତନ୍ତ୍ରଭାବେ ତାଲିମ ଦେଇ ସମସ୍ତ ମତଦାନ କେନ୍ଦ୍ର ଗୁଡିକୁ ବିଶୋଧନ କରିବା ନିମନ୍ତେ ଵିଶୋଧକ ଓ ସିଞ୍ଚନ ଯନ୍ତ୍ର ଯୋଗାଇ ଦିଆଯାଇଛି । ତାଲିମ ପ୍ରାପ୍ତ କର୍ମଚାରୀ ମାନେ ମତଦାନ କକ୍ଷର ଭିତର ଓ ବାହାର ପାର୍ଶ୍ଵ ତଥା ମତଦାନ ନିମନ୍ତେ ନିୟୋଜିତ କର୍ମଚାରୀଙ୍କ ରହିବା ସ୍ଥାନରେ ମଧ୍ୟ ଵିଶୋଧକ ସିଞ୍ଚନ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.