ତିର୍ତ୍ତୋଲ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ।

0 258

ତିର୍ତ୍ତୋଲ, ୦୯/୦୯(ପିପିଟି); ଆଜି ମାନ୍ଯଵର ବିଧାୟକ ସ୍ଵର୍ଗତ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ତିର୍ତ୍ତୋଲ୍ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଅଛି । ଏଥିରେ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ , ପାରାଦୀପ ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ସମ୍ଵିତ୍ ରାଉତରାୟ ଉପସ୍ଥିତ ଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ ସେଠୀ ,ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ପ୍ରମୁଖଙ୍କ ସହିତ ସମସ୍ତ ସମିତି ସଭ୍ୟ ତଥା ଏହି ବ୍ଲକ୍ ଅନ୍ତର୍ଗତ ଜିଲ୍ଲା ପରିଷଦ ସଭ୍ୟ ବୈଠକରେ ଯୋଗ ଦେଇଥିଲେ । ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.