ତିର୍ତ୍ତୋଲ,୨୫/୧୧(ପିପିଟି); ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ରେ ବିଜୟୀ ହୋଇଥିବା ସ୍ଵର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ଧନ୍ୟବାଦ ସଭା ତିର୍ତ୍ତୋଲ ସ୍ଥିତ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି । ଏହି ସଭାରେ ଜଗତସିଂହପୁର ସାଂସଦ ଡ.ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲର ନୂତନ ବିଧାୟକ ବିଜୟ ଶଙ୍କର ଦାସ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଥମେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ଏହା ପରେ ବନ୍ଦେ ଉତ୍କଳଜନନୀ ସଂଗୀତ ଗାନ କରାଯାଇଥିଲା । ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ସଭା ପରିଚାଳନା କରି ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ତିର୍ତ୍ତୋଲ ବ୍ଲକ ବିଜେଡି ତରଫରୁ ନୂତନ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ପୁଷ୍ପ ମାଲ୍ଯ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ତିର୍ତ୍ତୋଲର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପାରାଦୀପ ବିଧାୟକ ସମ୍ଵିତ୍ ରାଉତରାୟ, ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ବିଧାୟକ ବିଜୟ ଶଙ୍କର ଦାସ,ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାଶ ,ଶଶୀଭୂଷଣ ବେହେରା,ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ପଞ୍ଚାୟତ ସମିତି ସଭାପତି ସୁଜାତା ମହାନ୍ତି, ରମାକାନ୍ତ ଭୋଇ ପ୍ରମୁଖ ତିର୍ତ୍ତୋଲ ବ୍ଲକ୍ ର ୨୧ ଟି ପଞ୍ଚାୟତରୁ ଆସିଥିବା ଉପସ୍ଥିତ ଜନସାଧାରଣଙ୍କୁ ବିଜୟ ଶଙ୍କର ଦାସଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିବାରୁ ବିଜୁ ଜନତାଦଳ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ । ପାରାଦୀପ ପୂର୍ବତନ ନଗରପାଳ ବସନ୍ତ କୁମାର ବିଶ୍ଵାଳ, ସଂଜୟ ଅଗ୍ରୱାଲ, ଜନ୍ମେଜୟ ଲେଙ୍କା, ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ,ଗୀତା ସେଠୀ,କାଳୀ ପ୍ରସାଦ ମିଶ୍ର, ଜ୍ଞାନେନ୍ଦ୍ର ଗୁରୁ ଗୋସ୍ୱାମୀ, ପ୍ରକାଶ ତ୍ରିପାଠୀ, ବାସୁଦେବ ବେହେରା,ଏସ୍ କେ ନୟୀଉଦ୍ଧିନ୍,ଦିଲ୍ଲିପ ପଣ୍ଡା,ଶୈଳେନ୍ଦ୍ର ମହାନ୍ତି, ପ୍ରକାଶ ଦାସ,ଲୋରା ମହାନ୍ତି, ,ସବିତା ମହାପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ସର୍ବଶେଷରେ ତିର୍ତ୍ତୋଲର ପୂର୍ବତନ ପଞ୍ଚାୟତ ସମିତି ସଭାପତି ବସନ୍ତ କୁମାର ମହାପାତ୍ର ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)
Next Post