ବ୍ରହ୍ମପୁର, ୧୫/୧୨(ପିପିଟି):ଆଜି ନବନିର୍ବାଚିତ ଗଞ୍ଜାମ ଓ ଗଜପତି ସମବାୟଵିତ କମିଟି ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ । ପରେ ସମବାୟ ମାଧ୍ୟମରେ କିପରି କୃଷି ଓ କୃଷକର ଅର୍ଥନୈତିକ, ସାମାଜିକ ବିକାଶ ହୋଇପାରିବ ତାହା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପୂର୍ଵରୁ ସମବାୟ ଆନ୍ଦୋଳନ ମାଧ୍ୟମରେ କୃଷକ ମାନଙ୍କର ଆର୍ଥିକ, ସାମାଜିକ ଉନ୍ନତି ହୋଇଛି ଏହା ଏକ ଲିପି ହୋଇଛି । ସରକାର ସମବାୟ ମାଧ୍ୟମରେ ବିଭିନ୍ନ ପ୍ରତ୍ସୋହନ କରିଛନ୍ତି ଏହା ଆପଣଙ୍କ ମାଧ୍ୟମରେ ପହଞ୍ଚିବା ହେଉ ବୋଲି ବିଧାୟକ ଓ ବିଧାୟିକା ମାନେ ପରାମର୍ଶ ଦେଇଥିଲେ । ପରିଶେଷରେ ସମବାୟଵିତ ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ଵିତ କମିଟି ସଭାପତି ସୂର୍ଯ୍ୟ କାନ୍ତ ପରିଡା, ଉପ ସଭାପତି କୈଳାଶ ରଣା, ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂହ, ଦୀପକ ସାମନ୍ତ, ଅଜୁ ମହାରଣା, ଉପଦେଷ୍ଟା ଯୋଗେନ୍ଦ୍ର ସ୍ୱାଇଁ, ସମ୍ପାଦକ ଦିଲୀପ ପାତ୍ର, ଦିଲୀପ ପାଣିଗ୍ରାହୀ, ଉପସ୍ଥିତ ଥିଲେ ।