ତିନି ବାହାଘର ଭୋଜିକୁ ବନ୍ଦ କଲେ ତହସିଲଦାର ।

0 501

ଶେରଗଡ,୧୯/୦୫(ପିପିଟି);ଶେରଗଡ ବ୍ଲକ ଅନ୍ତର୍ଗତ ପଥରପୁଞ୍ଜ ଗ୍ରାମରେ କୋଭିଡ ନିୟମକୁ ଉଲ୍ଲଂଘନ କରି ବାହାଘର ଭୋଜି ଆୟୋଜନ ହେଉଥିବା ଖବର ପାଇ ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିବା ସହ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟକୁ ଘର ଘରକୁ ଘର ବୁଲି ବଣ୍ଟନ ବ୍ୟବସ୍ଥା କରିଥିଲେ ଏବଂ ଭୋଜି ର ଆୟୋଜକ ଭବାନୀ ଗୌଡ଼ଙ୍କ ଠାରୁ ପାଞ୍ଚହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ସେହି ଗ୍ରାମର ଧୋବା ସ୍ବାଇଁଙ୍କ ଠାରୁ ମଧ୍ୟ ଛଅ ହଜାର ଫାଇନ ଓ ଡେଙ୍ଗା ପଦର ରେ ବି ଏକ ଭୋଜିକୁ ବନ୍ଦ କରି ଚାରି ହଜାର ଫାଇନ ଅଦାୟ କରିଛନ୍ତି ତହସିଲଦାର ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.