ତିନି ଦିନ ଧରି ହେବାକୁ ଥିବା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଶୁଭସ୍ତମ୍ବ ସ୍ଥାପନ ।

0 248

ଉଲୁଣ୍ଡା,୨୩/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଲୋକ ମହୋତ୍ସବ “ମାଲେଶ୍ରୀ” ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ଅଫିସରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ରେ ବାହାରି ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ସ୍ଥିତ ମଲେଶ୍ରୀ ମଣ୍ଡପରେ ପହଁଞ୍ଚିବା ପରେ ସେଠାରେ ଭୂମି ପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ମହୋତ୍ସବ କମିଟି ସଭାପତି ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ କୁମାର ଭୋଇ କର୍ତ୍ତା ଭାବରେ ପୂଜାରେ ବସି ପୂଜାକାର୍ଯ୍ୟ ସମାପନ କରିଥିଲେ । ଆସନ୍ତା ଏପ୍ରିଲ ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଲୋକ ମହୋତ୍ସବ କାର୍ଯ୍ୟକ୍ରମରେ ଆଜି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ଲୋକ ମହୋତ୍ସବ କମିତିରର ବରିଷ୍ଠ ସଦସ୍ୟ ସ୍ଵୟମ୍ଭୁ ନାଥ ଖଣ୍ଡଗିରି, ଗୋପୀନାଥ ମହାକୁର,ରାମକୃଷ୍ଣ ହୋତା,ରଞ୍ଜିତ କୁମାର ରଥ, କିଶୋର ହୋତା, ନାରାୟଣ ଲୁହା,ପ୍ରଫୁଲ୍ଲ କୁମାର ରଥ, ଯୁଗଳ କିଶୋର ମିଶ୍ର, ଭୂଷଣ କୁମାର ପାତ୍ର,ଲଷ୍ମୀ ନାରାୟଣ ସାହୁ,ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ, ରାଜସ୍ବ ଅଧିକାରୀ ଅଜିତ କୁମାର ମିର୍ଦ୍ଧା, ତହସିଲଦାର ବିବୁଦ ଗଡ଼ନାୟକ, ଅତିରିକ୍ତ ତହସିଲଦାର ସ୍ୱାଗତ କୁମାର ପଣ୍ଡା,ନଳିନୀ ପଣ୍ଡା, ଥାନା ଅଧିକାରୀ ପଦ୍ମାସିନୀ ମେହେର ସଞ୍ଜିବ କୁମାର ଦେହୁରୀ, ପର୍ଶୁରାମ ଦେହୁରୀ,ଦୟାନିଧି ହୋତା, ମହେନ୍ଦ୍ର ଜଗଦଲା,ଲଷ୍ମୀ ନାରାୟଣ ପୁରୋହିତ,ଅଯତ୍ନ କଳତା,ସୁଧାଂଶୁ ପଣ୍ଡା,ଅକ୍ଷୟ ବାରିକ,ଅଭିମନ୍ୟୁ ବଗର୍ତ୍ତୀ, ବାସୁଦେବ ପଣ୍ଡା,ସରୋଜ ବାରିକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.