ତିନି ଦିନରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ୧୧ ଟ୍ରାକ୍ଟର ଜବତ,ଦୁଇ କୋର୍ଟ ଚାଲାଣ, ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ ।

0 318

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୩/୦୫,ଗତ ତିନି ଦିନ ମଧ୍ୟରେ ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ବିଭିନ୍ନ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପୃଥକ ପୃଥକ ଭାବେ ଧରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୭ଟି ଟ୍ରାକ୍ଟର ଠାରୁ ୭୦୭୪୦ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ୪ଟି ଟ୍ରାକ୍ଟରକୁ ଜବତ କରାଯାଇଛି ।ଗୁରୁବାର ଦିନ ୬ଟି ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଇଟା ବୋଝେଇ ଟ୍ରାକ୍ଟର ରାସ୍ତାରେ ଯାଉଥିବା ବେଳେ ତହସିଲଦାର ଏମାନଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ ।ବେଆଇନ ଭାବେ ବାଲି ନେଉଥିବା ଜାଣିବା ପରେ ଗୋଟିଏ ଗୋଟିଏ ଟ୍ରାକ୍ଟରକୁ ୧୦୧୨୦ ଟଙ୍କା ଲେଖାଏଁ ଜୋରିମାନା କରିଥିଲେ ।ମୋଟ ୭ଟି ଗାଡି ଠାରୁ ୭୦୭୪୦ଟଙ୍କା ଜୋରିମାନା ଆଦାୟ କରିଥିବା ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।ସେହିପରି ଠେଙ୍ଗାଧରା ନିକଟ ବଡନଦୀରୁ ମଧ୍ୟ ରାତିରେ ଦୁଇଟି ଟ୍ରାକ୍ଟର ରେ ବାଲି ଚୋରି କରି ନେଉଥିବା ବେଳେ ତହସିଲଦାର ଶ୍ରୀ ବେହେରା ଗାଡି ଦୁଇଟିକୁ ଜବତ କରିଥିବା ଜଣାପଡ଼ିଛି ।ଟ୍ରାକ୍ଟର ଦୁଇଟି ତନରଡା ଅଞ୍ଚଳର ବୋଲି ପ୍ରକାଶ କରିଛନ୍ତି ।ସେହିପରି ଗୁରୁବାର ମଧ୍ୟ ରାତ୍ରରେ କୀରାପଲ୍ଲୀ ନିକଟରୁ ବାଲି ବୋଝେଇ ଦୁଇଟି ଟ୍ରାକ୍ଟରକୁ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପେଟ୍ରୋଲିଂ କରୁଥିବା ବେଳେ ବାଲି ଚୋରା ଚାଲାଣ ହେଉଥିବା ଜାଣିପାରି ଦୁଇଟି ଟ୍ରାକ୍ଟର ଜବତ କରିବା ସହ ଗାଡିର ଡ୍ରାଇଭର ତଥା ଦୁଇ ମାଲିକଙ୍କ ନାମରେ  ୨୩୮/୨୦,୨୩୯/୨୦ ରେ ଦୁଇଟି ମାମଲା ରୁଜ୍ଜୁ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.