ବ୍ରହ୍ମପୁର,୧୬/୦୭(ପିପିଟି): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତରାଜ ବିଭାଗ ଭୁବନେଶ୍ୱର ,ଓଡିଶା ଅନୁକୂଲ୍ୟରେ ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଚାଲୁ ରହିଛି। ଆଜିର ଦିବସ ତା ୧୬-୦୭-୨୦୨୨ରିଖ ଶନିବାର, ଅନ୍ତିମ ଦିବସରେ ରାଜ୍ୟର ତିନିଗୋଟି ଜିଲ୍ଲା ମୟୁରଭଞ୍ଜ, ଢେ଼ଙ୍କାନାଳ ଓ ନବରଙ୍ଗପୁରର ୪୨ଜଣ ଅଧ୍ୟକ୍ଷ, ଅଧ୍ୟକ୍ଷା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଓ ହିଞ୍ଜିଳି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର କ୍ଷେତ୍ର ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ସମସ୍ତ ଅଧ୍ୟକ୍ଷ/ଅଧ୍ୟକ୍ଷା ମାଁ ତାରାତାରିଣୀଙ୍କ ଦର୍ଶନ ପରେ ପୁରୁଷୋତ୍ତମପୁର କ୍ଷେତ୍ର ପରିଦର୍ଶନ ସାରି, ଅପରାହ୍ନ ୦୩ ଘଣ୍ଟାରୁ ୦୫ ଘଣ୍ଟା ପର୍ଯ୍ୟନ୍ତ ହିଞ୍ଜିଳି କାଟୁ ବ୍ଲକର ଶାସନ ଆମ୍ବଗାଁ ,ସାରୁ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଯାହା -ଆଦର୍ଶ ପୋଖରୀ,ଶିଶୁ ଉଦ୍ୟାନ, ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର, ଏମ୍.ସି.ସି./ଏମ୍.ଆର.ଏଫ. (ଜୈବ ବିଭବ କେନ୍ଦ୍ର) , ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ , ବିଜୁ ପଞ୍ଚାୟତ ପାଠାଗାର , ନିର୍ମାଣାଧୀନ ଗୋଶାଳା ବୁଲି ଦେଖିବାସହ ହିଞ୍ଜିଳି ପଞ୍ଚାୟତ ସମିତିର ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସରସ୍ୱତୀ ସେଠି ,ଉପାଧକ୍ଷ ସୁନୀଲ ଗନ୍ତାୟତ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାଇଡୁ ରଘୁନାଥ , ଦେସୁଡୁ ବିଶ୍ୱନାଥ , ୬୭ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି , ୬୮ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଏଳା ସୁଦର୍ଶନ , ୬୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ପ୍ରୀତି ସାହୁ , ବ୍ଲକ ର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟା ଅତିଥି ମାନଙ୍କୁ ଶାସନ ଆମ୍ବ ଗାଁ ଠାରେ ଭବ୍ୟ ସ୍ୱାଗତ କରିବାସହ ପ୍ରକଳ୍ପ ସମୂହକୁ ପରିଦର୍ଶନ କରାଇଥିଲେ। ଗୋଷ୍ଠିଉନ୍ନୟନ ଅଧିକାରୀ ହିଞ୍ଜିଳି ବ୍ଲକ ସୁବ୍ରତ କୁମାର ଜେନା ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିଞ୍ଜିଳି ବ୍ଲକ ଅରୁଣ କୁମାର ପ୍ରଧାନ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ ରଥ , କମ୍ପୁଟର ପ୍ରୋଗ୍ରାମର ଦଣ୍ଡପାଣି ଦାସ , ଗ୍ରାମ୍ୟ ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ , ଶାସନ ଆମ୍ବଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାସୁଦେବ ବେହେରା ଓ ସାରୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବି .ରାଜେଶ ରାଓ ଓ ପଞ୍ଚାୟତ ସ୍ତରର ଅନ୍ୟାନ୍ୟ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ । ପରିଶେଷରେ ଆସିଥିବା ଅଧ୍ୟକ୍ଷ ଓ ଅଧ୍ୟକ୍ଷା ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବାପରେ ଖୁସି ହେବାସହ ଆଗାମୀ ଦିନରେ ଏପରି ଉନ୍ନୟନମୂଳକ କାର୍ଯ୍ୟ /ପ୍ରକଳ୍ପ ସେମାନଙ୍କ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରାଇବେ ବୋଲି ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଏକ ବାର୍ତ୍ତା ରେ ଆଶା ଓ ମତବ୍ୟକ୍ତ ପ୍ରକାଶ କରିଛନ୍ତି।