ତିନି କ୍ବିଣ୍ଟାଲ ଗଞ୍ଜେଇ ଜବତ,ଜଣେ ଆସାମୀ ଗିରଫ ।

0 357

ମାଲକାନଗିରି,ତା:୧୨/୦୬(ପିପିଟି);ଗତ ଶନିବାର ରାତିରେ ଚିତ୍ରକୋଣ୍ଡା ପୋଲିସ ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ ୩ କ୍ବିଣ୍ଚାଲ ଗଞ୍ଜେଇ ଭର୍ତ୍ତି ଏକ ଅଟୋକୁ ଜବତ କରିବା ସହ ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ କାଲିମେଳାର ଅଳଙ୍କାର ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ,ଚିତ୍ରକୋଣ୍ଡା ଥାନା ପୋଲିସ ନାକାମାମୁଡି -ବାଲିମେଳା ରାସ୍ତାରେ ନାଇଟ ପେଟ୍ରୋଲିଂ କରୁଥିବା ବେଳେ ଏକ ମୋଟର ସାଇକେଲ ଏବଂ ଏକ ଅଟୋ ଆଗ ପଛ ହୋଇ ଆସୁଥିଲା ।ରାଜବନ୍ଧ ଗାଁ ଛକ ନିକଟରେ ପୋଲିସ ଗାଡିକୁ ଅଟକାଇବାକୁ ଉଦ୍ଯମ କରିଥିବା ସମୟରେ ଗାଡି ଛାଡି ଅଟୋ ଡ୍ରାଇଭର ଏବଂ ବାଇକ ଚାଳକ ଜଙ୍ଗଲ ଆଡକୁ ଧାଇଁ ଲୁଚିଯାଇଥିଲେ । ପୋଲିସ ଅଟୋ ମଧ୍ଯରେ ଯାଞ୍ଚ କରି ଗଞ୍ଜେଇ ବସ୍ତା ଥିବା ଜାଣି ପାରିଥିଲା । ଯାହାର ପରିମାଣ ୩ କ୍ବିଣ୍ଟାଲ ୧୦ କେଜି ହେବ । ଏହାର ବଜାର ମୂଲ୍ଯ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଘଟଣା ସ୍ଥଳରୁ ମୋଟର ସାଇକେଲ ନଂ:ଓଆଉ ୧୦ ଜେ -୦୩୮୬ ଏବଂ ଅଟୋ ନଂ:ଓଡି ୩୦ ଏ-୦୨୫୩ କୁ ଜବତ କରିଛି । ଏହି ଗଞ୍ଜେଇ ଚୋରା ଚାଲାଣ ବେଳେ କାଲିମେଳା ଅଳଙ୍କାର ବ୍ଯବସାୟୀ ସୁବଳ ବରାଳ ସଂପୃକ୍ତ ଥିବା ତଦନ୍ତ କରି ପୋଲିସ ଜାଣିଲା ପରେ ତାଙ୍କୁ ପୋଲିସ ଗିରଫ କରିଛି । ଅନ୍ଯ ଦୁଇ ଫେରାର ଆସାମୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.