ତିନିଦିନିଆ କନ୍ଧମାଳ ଗ୍ରସ୍ତରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜହନ ବାର୍ଲା ।

0 237

ବାଲିଗୁଡ଼ା,୦୬/୦୭(ପିପିଟି): କନ୍ଧମାଳ ଜିଲ୍ଲା ଗ୍ରସ୍ତ ରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜହନ ବାର୍ଲା ଜୁଲାଇ ୮ରୁ ୧୦ତାରିଖ ତିନିଦିନିଆ ଗସ୍ତରେ ଆସୁଛନ୍ତି। ଜିଲ୍ଲାର ସଂଖ୍ୟାଲଘୁ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସେମାନଙ୍କ ଭଲ ମନ୍ଦ ବୁଝିବା ଏକ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବାର କାର୍ଯକ୍ରମ ରହିଥିବା କହିଛନ୍ତି ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ। ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ରେ କାର୍ଯ୍ୟକ୍ରମ ସାରି ଜୁଲାଇ ୮ତାରିଖ ସମୟ ସକାଳ ୮ ରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ର ମଣ୍ଡଳପଦର ରେ ଆସି ପହଁଞ୍ଚିବା ସହ ତାଙ୍କୁ ସ୍ୱାଗତ କରାଯିବ । ଏହା ପରେ ଦିନ ୧୦ଟା ରେ କୋଟଗଡ଼ ବ୍ଳକ ର ଟାଉନ ହଲ ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ସଭା ରେ ଯୋଗ ଦେବା ସହ ଦିନ ୧୨ଟା ସମୟରେ ତୁମୁଡ଼ିବନ୍ଧ ସ୍ଥିତ ଜଲେଶପଟ୍ଟା ଗୁରୁକୁଳ କନ୍ୟା ଆଶ୍ରମ ରେ ବିଚାର ପରିବାର ସହ ଆଲୋଚନା କରିବା ପରେ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଛି । ଅପରାହ୍ନ ତିନିଟା ସମୟରେ ବାଲିଗୁଡ଼ା ମହାସିଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ସହ ସାକ୍ଷାତ ସହ ଆଲୋଚନା, ୪.୩୦ମିନିଟ ରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସାମ୍ବାଦିକ ସମ୍ବିଳନୀ ୫ଟା ସମୟରେ ଜିଲ୍ଲା ସରକାରୀ ଅଧିକାରୀ ମାନଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯକ୍ରମ ରହିଛି। ସେହିଭଳି ଜୁଲାଇ ୯ ତାରିଖ ରେ ୧୧.୩୦ ସମୟରେ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ସଭା ରେ ଯୋଗଦେବେ। ୧.୩୦ରେ ଦାରିଙ୍ଗବାଡି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ବୈଠକ। ଅପରାହ୍ନ ୨.୩୦ରେ ଜି.ଉଦୟଗିରି ସମବାୟ ବ୍ୟବସାୟୀ ଓ ଅନ୍ୟ କିଛି ନେତାଙ୍କ ସହ କିଛି ଆଲୋଚନା। ୩.୩୦ ସମୟରେ ବିଭିନ୍ନ ମୋର୍ଚ୍ଚାଙ୍କ ସହ ଆଲୋଚନା । ୪.୩୦ସମୟ ରେ ବିଭିନ୍ନ ସରକାରୀ ଅଧିକାରୀ ମାନଙ୍କ ସହ ଆଲୋଚନା ଓ ସମୀକ୍ଷା। ସନ୍ଧ୍ୟା ୬ଟା ରେ ଫୁଲବାଣୀ ସର୍କିଟ ହାଉସ, ସନ୍ଧ୍ୟା ୭.୩୦ରେ ଲୋକସଭା କ୍ଷେତ୍ରର କୋର୍ କମିଟି। ୧୦ତାରିଖ ସକାଳ ୧୦ଟା ରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ଦଶପଲ୍ଲା ଯିବାର କାର୍ଯ୍ୟକ୍ରମ ରହିଥିବା ସରକାରୀ କାର୍ଯ୍ୟସୂଚୀ ରୁ ଜଣାପଡ଼ିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.