ତାସ ଖେଳରୁ ଝଗଡା, ଦୁଇ ପରିବାର ର ଆଠ ଆହତ, ତିନି ଗୁରୁତର।

0 1,791

ପୋଲସରା,୧୩/୦୯(ପିପିଟି); ତାସ ଖେଳରୁ ଝଗଡା ହୋଇ ପୋଲସରା ବ୍ଳକ ଅନ୍ତର୍ଗତ ରୁମାଗଡ ଗ୍ରାମର ଦୁଇ ପରିବାରର ଆଠ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଖରା ବେଳେ କିଛି ଗାଁ ରେ ତାସ ଖେଳୁଥିଲେ । କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ ମାନେ ବୁଝା ବୁଝି କରି ସମାଧାନ କରି ଦେଇଥିଲେ । ମାତ୍ର ସଂଧ୍ୟା ବେଳେ ଏହି ଝଗଡା ପୁନର୍ବାର ଉଗ୍ର ରୁପ ଧାରଣ କରିଥିଲା। ଫଳରେ ରୁମାଗଡ ବଡ ସାହିର ନିବାସ ପାଳ ଏବଂ ମାଧବ ମଳିକଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ତିବ୍ର ରୁପ ଧାରଣ କରିଥିଲା। ଉଭୟ ପକ୍ଷ ଖଣ୍ଡା କାତି ଧରି ପରଷ୍ପର କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପରିବାର ଆଠ ଜଣ ଆହତ ହୋଇଛନ୍ତି। ନିବାସ ପାଳଙ୍କ ପରିବାର ନିବାସଙ୍କ ସହିତ ତାଙ୍କ ସ୍ତ୍ରୀ ସରୋଜିନୀ ପାଳଙ୍କ ସମେତ ଦୁଇ ପୁଅ ଧନୁର୍ଜୟ ପାଳ ଓ କାର୍ତ୍ତିକ ପାଳ ଆହତ ହୋଇଛନ୍ତି। ସେହିପରି ମାଧବ ମଳିକଙ୍କ ପରିବାର ମାଧବଙ୍କ ସହିତ ଗୌରହରି ମଳିକ, ସୋନା ମଳିକ ଓ ସାନୁ ମଳିକ ଆହତ ହୋଇଥିବା ଜଣାପଡିଛି। ଖହତ ମାନଙ୍କ ମଧ୍ୟରୁ ମାଧବ ମଳିକ , ଗୌରହରି ମଳିକ ଏବଂ ଧନୁର୍ଜୟ ପାଳଙ୍କ ଅବସ୍ଥା ଗୁରୁତର ଥିବାରୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ହସପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି । ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ଥାନା ରେ ଏତଲା ହୋଇ ନଥିବା ଜଣା ପଡିଛି । (ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.