କୋଦଳା,୧୬/୦୬(ପିପିଟି); ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମର ନୁଆଁ ବନ୍ଧରୁ ଜଣେ ଯୁବକଙ୍କ ଶବ ଭାସୁଥିବା ସମୟ ରେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଏହି ଗ୍ରାମର ଜଗନ୍ନାଥ ମନ୍ଦିର ସାହିର ଧୋବା ବିଶୋଇଙ୍କ ପୁଅ ନିରଞ୍ଜନ ବିଶୋଇ (୩୧)ଗତ ସୋମବାର ଠାରୁ ନିଖୋଜ ଥିଲେ । ଘର ଲୋକେ ବହୁ ଖୋଜା ଖୋଜି କରୁଥିବା ବେଳେ ବୁଧବାର ସକାଳୁ ତାଳସର ଗାଁ ର ମୁହଁ ରେ ଥିବା ନୁଆଁ ବନ୍ଧ ରେ ନିରଞ୍ଜନଙ୍କ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ଶବକୁ ଉଦ୍ଧାର କରାଯାଇ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇ ଥିଲା । ନିରଞ୍ଜନ ବିଦେଶ ରେ ରହି କାମ କରୁଥିବା ବେଳେ ଗତ ଦୁଇ ମାସ ହେବ ସେ ଗାଁ କୁ ଫେରିଥିଲେ । ବେଗୁନିଆପଡ଼ା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ ।)