ତାଲାବନ୍ଦ ସମୟରେ ବଢିଚାଲିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନଙ୍କ ଦୌରାତ୍ମ ।

0 181

ପଦ୍ମପୁର,୧୮/୦୬(ପିପିଟି); କରୋନା ତାଳାବନ୍ଦ ଯୋଗୁଁ ବର୍ତ୍ତମାନ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ସରକାର ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକୁ ୠଣ ଅସୁଲ କରିବା ପାଇଁ କଟକଣା ଜାରିକରିଛନ୍ତି । ହେଲେ ସରକାରଙ୍କ ନିୟମକୁ ଅବମାନନା କରି କିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନେ ମହିଳା ମାନଙ୍କୁ ୠଣ ପଇଠ କରିବା ପାଇଁ ବାଧ୍ୟ କରୁଛନ୍ତି । ଏମିତି କି ଧମକ ଚମକ ଦେବା ସହ ୠଣର ସୁଧ ଅଧିକ ମାଗୁଥିବା ଅଭିଯୋଗ ହେଉଛି । ଏଭଲି ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ବିରିପାଲି ଗାଁରେ । ବିରିପାଲି ଅଞ୍ଚଳରେ ସୁର୍ଯ୍ୟୋଦୟ ଗ୍ରୁପ, ଏସକେଏସ ଗ୍ରୁପ,ସ୍ପନ୍ଦନା ଗ୍ରୁପ,ଜିଓ ଗ୍ରୁପ ଓ ବନ୍ଦନା ଗ୍ରୁପର ଏଜେଣ୍ଟ ମାନେ ମହିଲା ମାନଙ୍କୁ ୠଣ ପଇଠ ପାଇଁ ବାଧ୍ୟ କରୁଛନ୍ତି । କେବଳ ବିରିପାଲି ଗ୍ରାମରେ ନୁହେଁ ପଦ୍ମପୁର ଅଞ୍ଚଳର ସମସ୍ତ ଗ୍ରାମରୁ ଏଭଲି ଘଟଣାର ଅଭିଯୋଗ ଆସୁଛି । ଏଜେଣ୍ଟ ଗୁଡିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିରିପାଲିର ମହିଳାମାନେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.