ତାରା ତାରିଣୀ ପିଠରେ ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟବିତଙ୍କ ସମ୍ମିଳନୀ ଅନୁଷ୍ଠିତ ।

0 400

ବ୍ରହ୍ମପୁର ,୦୭/୧୨(ପିପିଟି): ଗଞ୍ଜାମ ଓ ଗଜପତି ଜିଲ୍ଲାର ବରିଷ୍ଠ ସମବାୟବିତ ମାନଙ୍କୁ ନେଇ ଏକ ସମ୍ମିଳନୀ ଦକ୍ଷୀଣ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ପିଠରେ ଅନୁଷ୍ଟିତ ହୋଇଛି । ଆୟଜିତ କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲା ସମବାୟ ସଂଘର ପୂର୍ବତନ ସଭାପତି ସନାତନ ସଂଗ୍ରାମ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ସମବାୟ ନିର୍ବାଚନ ପ୍ରସ୍ତୁତି ଓ ସମବାୟ ମାଧ୍ୟମରେ ସରକାରଙ୍କ ଯୋଜନା ଗୁଡିକ ଜନସାଧାରଣ ପାଖରେ କିପରି ପହଞ୍ଚିବ ତା ଉପରେ ବିଶେଷ ଆଲୋଚନା ହୋଇଥିଲା । ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିନସ୍ତ ସମସ୍ତ ସମବାୟ ସମିତି କିପରି ଅର୍ଥନୀତିକ ଉର୍ନତି ଓ ସମସ୍ତ ଗ୍ରାମାଞ୍ଚଳରେ ଏକ ନୂତନ ଦିଗ ଓ ପ୍ରସାର ନିମନ୍ତେ ସମିତିର ପ୍ରତିନିଧି ମନେ କିପରି ଦାୟିତ୍ୱ ସମ୍ପାଦନ କରିବେ ବିଶେଷ ଭାବରେ ଗୁରୁତ୍ଵ ଦିଆଯାଇଥିଲା । ସମବାୟ ସମିତି ମୂଳ ଲକ୍ଷ୍ୟ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ଦିଗରେ ନୂତନ ଦିଗ୍ ଦର୍ଶନ କରିବା । ରାଜ୍ୟ ସରକାର ସମବାୟ ବିକାଶ କ୍ଷେତ୍ରରେ ସମବାୟ ଆନ୍ଦୋଳନକୁ ଅଗ୍ରସର କରି ରାଜନୀତି ବ୍ୟକ୍ତି କିପରି ସୁଚାରୁ ରୂପେ ତୁଲାଇବେ ତାହା ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ସମସ୍ତ ବିଷୟରେ ଆଲୋଚନା ପରେ ଏକ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଉକ୍ତ କମିଟିରେ ସଭାପତି ଭାବେ ସୂର୍ଯ୍ୟ କାନ୍ତ ପରିଡା,ସାଧାରଣ ସମ୍ପାଦକ ଭାବେ ସନାତନ ସଂଗ୍ରାମ ସିଂହ,ରହିଥିବା ବେଳେ କାର୍ଯ୍ୟକ୍ରମରେ ଉପସଭାପତି କୈଳାଶ ରଣା,ବିପ୍ର ବାରିକ, ପ୍ରଦୀପ ନାୟକ, ଉପଦେଷ୍ଟା ଭାବେ ସିମାଞ୍ଚଳ ପାଢି, ବୀରେନ୍ଦ୍ର ପ୍ରସାଦ ଆରୁଖ, ହୀନ ବେହେରା ଟି ପ୍ରସାଦ ଦୋରା, ସମ୍ପାଦକ ଭାବେ ଦଣ୍ଡପାଣି ସାହୁ, ଅଜୟ ମହାରଣା, ଦିଲୀପ ପାତ୍ର, ଆର୍ ରାମ ପ୍ରସାଦ, ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମି ଗମାଙ୍ଗ,ଦୀପକ ସାମନ୍ତ,ଏବଂ ପରାମର୍ଶ ଦାତା ଭାବେ ପ୍ରସାଦ ରାଓ, ସୁରେନ୍ଦ୍ର ପଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କାର୍ତ୍ତିକ ପରିଡା, ପ୍ରଦୀପ ନାୟକ, ସି.ହେଚ. ତାରିକେଶ୍ୱରୀ ଯୋଗ ଦେଇଥିବାବେଳେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବହୁ ସମବାୟବିତ ସମ୍ମିଳନୀରେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି କାର୍ଯ୍ୟକ୍ରମ ରେ ଗଞ୍ଜାମ ଓ ଗଜପତି ଉଭୟ ଜିଲ୍ଲାରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳ ସମର୍ଥକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.