ବ୍ରହ୍ମପୁର,୧୨/୧୦: ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ। ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ମୁତାବକ, ସକାଳୁ ସକାଳୁ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ମହାମାୟାଙ୍କ ଅଷ୍ଟମୀ ପୂଜା କରାଯାଇଥିଲା । ତେବେ ଦୀପ ଗୃହରେ ରଖାଯାଇଥିବା ଦୀପରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।
(ଫଟୋ- ସୋସିଆଲ ମିଡିଆ)