ତାମ୍ମା ଦୋରାଙ୍କ ୧୪୨ତମ ସହିଦ ଦିବସ ପାଳିତ ।

0 285

ମାଲକାନଗିରି,୨୯/୦୭(ପିପିଟି): କାଲିମେଳା ପଞ୍ଚାୟତ ସମିତି ସଭା ଗୃହ ଠାରେ ସହିଦ ତାମ୍ମା ଦୋରା ଆଦିବାସୀ କ୍ଳବ ପକ୍ଷରୁ ୧୪୨ତମ ତାମ୍ମା ଦୋରାଙ୍କ ସହିଦ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ଯକ୍ଷା ଶ୍ରୀମତୀ ସୁବାସିନୀ ସୋଡି, ମୁଖ୍ୟ ଅତିଥି ଭବେ ପୂର୍ବତନ ବିଧାୟକ ମାନସ ମାଡକାମୀ,ମୁଖ୍ୟ ବକ୍ତା ଭାବେ ପଡିଆ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ଯକ୍ଷ ପରମାନନ୍ଦ ମହାପାତ୍ର, ସମ୍ମାନୀୟ ଅଥିତି ଭାବେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇ , କାଲିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି,ଜିଲ୍ଲା ଆଦିବାସୀ ମହାସଙ୍ଘ ସଭାପତି ଘନଶ୍ୟାମ ମାଡକାମୀ,ଜିଲ୍ଲା କୋୟା ସମାଜ ସଭାପତି ମୁକୁନ୍ଦ ପଡିଆମୀ, ଜ଼ିଲ୍ଲା ଯୁବ ସଭାପତି ଆଡ଼ମା ରାୱା, ଜିଲ୍ଲା ପରିଷଦ ମମତା ପଡିଆମୀ, କାଲିମେଳା ସ୍ଥାନୀୟ ସରପଞ୍ଚ ପୃଥ୍ୱୀରାଜ ମାଝୀ,ଯୋଗଦେଇଥିଲେ । ସ୍ୱାଧୀନତା ସଂଗ୍ରାମୀ ତଥା କୋୟା ବିପ୍ଳବ କର୍ଣ୍ଣଧାର ସହିଦ ତାମ୍ମା ଦୋରଙ୍କ ୧୪୨ତମ ସହିଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ଉପସ୍ଥିତ ଥିବା ଅତିଥି ମାନେ ସହିଦ ତାମ୍ମା ଦୋରାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ତାମ୍ମା ଦୋରା ଘଞ୍ଚ ଜଙ୍ଗଲ ଘେରା ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକ ପୁସୁଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଣ୍ଡାପାଲ୍ଲୀ ଗ୍ରାମରେ ୧୮୩୮ ମସିହା ମାଘ ମାସ ଦ୍ୱିତୀୟ ସୋମବାର ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାମା ଦୁରୁୱା ଏବଂ ମାତାଙ୍କ ନାମ ଇର୍ମେରାମା ଦୁରୁୱା ଥିଲା । ସେ ସେହି ଗ୍ରାମର ମୁଖିଆ ବା ପେଦା ଥିଲେ ତାଙ୍କର ନାମ କରଣ କରାଯାଇ ଥିଲା ଭୀମା ଦୂରୁୱା, କୋୟା ସମାଜରେ ଜନ୍ମ ଗ୍ରହଣ କରିଥିବା ଭୀମା ଆଦୌ ପାଠ ପଢି ନଥିଲେ । ଅଳ୍ପ ବୟସରେ ପିତାଙ୍କ ମୃତ୍ୟୁ ପରେ ଗ୍ରାମର ପେଦା ହୋଇ ଥିଲେ । ସେହି ସମୟରେ ସାରା ମାଲକାନଗିରି ଅଞ୍ଚଳରେ ଇଂରେଜ ଶାସନ ଚାଲିଥିଲା ବେଳେ ଅଞ୍ଚଳବାସୀ ଇଂରେଜମାନଙ୍କ କର୍ମଚାରୀମାନଙ୍କ ଦ୍ବାରା ନିର୍ଯାତୀତ ହୋଇ ପଡ଼ିଥିଲେ । ଇଂରେଜମାନଙ୍କ ଅନ୍ଯାୟ, ଅତ୍ଯାଚାରରୁ ମୁକ୍ତି ପାଇବା ପାଇଁ ମୁଣ୍ଡ ଟେକି ଥିଲା କୋୟା ବିପ୍ଲବ । ଯାହାକି ଭାରତ ଇତିହାସରେ କୋୟା ବିପ୍ଲବୀ ନାମରେ ସ୍ଥାନିତ । ଏହାର ନେତୃତ୍ୱ ନେଇଥିଲେ ମହାନ ବିପ୍ଲବୀ ସହିଦ ତମ୍ମା ଦୋରା । ଇଂରେଜମାନଙ୍କ ସହ କିପରି ଗରିଲା ଯୁଦ୍ଧ କରିଥିଲ ଏବଂ କେଉଁ କେଉଁ ଅଞ୍ଚଳରେ ଲଢେଇ କରିଥିଲେ ଇଁରେଜମାନଙ୍କ ନିଦ ହଜାଇ ଦେଇଥିଲେ ମଞ୍ଚାସୀନ ଅତିଥିମାନେ ମତ ବିନ୍ଯାସ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ଯକ୍ଷ ଗଙ୍ଗାଧର ସୋଡି,କୋଷାଧ୍ଯକ୍ଷ ଦେଶା କାମରାମି, ସମ୍ପାଦକ ଦେବା ମାଡକାମୀ, ସହ ସମ୍ପାଦକ ପ୍ରଦୀପ କାରାମ, ଉପ-ସଭାପତି ଦାମଦର ଦୂରୁକା, ଉପଦେଷ୍ଟା ମାଲା ମାଢ଼ି, ଆଡ଼ମା ରାୱାଙ୍କ ଦ୍ବାରା ଆୟୋଜନ କରାଯାଇଥିବା ବେଳେ ମାନମ କୋଣ୍ଡା ପୂର୍ବତନ ସରପଞ୍ଚ ହରି ଗୋଲେରୀ, ତେଲେରାଇ ସରପଞ୍ଚ ମୁତା ସୋଡି, ବୁଦୁ ବଡ ନାୟକ, ମୁନି କବାସୀ, ସରପଞ୍ଚ ମହାରାଜପାଲ୍ଲୀ ମୁତା ସୋଡି, ପୁସୁଗୁଡା ସରପଞ୍ଚ ରାମା ସୋଡି, ପ୍ରମୁଖ ସହଯୋଗ ଦେଇ ସାଫଲ୍ଯ ମଣ୍ଡିତ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.