କୋଦଳା,୧୧/୦୫(ପିପିଟି); ଦିନସାରା ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି । କିନ୍ତୁ ହଠାତ ଅପରାହ୍ନ ରେ କାଳବୈଶାଖୀ ତାଣ୍ଡବ ରଚିଛି । କୋଦଳା ଓ ବେଗୁନିଆପଡା ଅଞ୍ଚଳ ରେ ପ୍ରବଳ ପବନ ସାଙ୍ଗକୁ ଘଡଘଡ଼ି ବର୍ଷା ହୋଇଛି !ଏହାର ପ୍ରଭାବ ରେ ବହୁ ଘର ର ଟିଣ ଉଡିଯାଇଛି । ଏତେ ଜୋର ରେ ପବନ ହୋଇଥିଲା ଯେ ଘର ର ଟିଣ ଏଣେତେଣେ ଉଡୁଥିବା ଦେଖିବାକୁ ମିଳିଥିଲା । କିଛି ଦୋକାନ ଟିଣ ଉଡିଯାଇ 11kv ତାର ରେ ଲାଗିଥିଲା । ପବନ ପୁର୍ବରୁ ଲାଇନ ଚାଲିଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତିଯାଇଥିଲେ କିଛି ଲୋକ!ବହୁ ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ରାସ୍ତା ଅବରୋଧ ହୋଇପଡ଼ିଥିଲା । କୋଦଳା ଠାରୁ କିଛି ଦୂରରେ ନୂତନ ଭାବେ ନିର୍ମିତ ହେଉଥିବା ଗୋଟିଏ କୁକୁଡ଼ା ଫାର୍ମ ର ଘରଟି ପବନରେ ଉଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ବିଦ୍ୟୁତ ସାରାଵରାହ ବି ବନ୍ଦ ହୋଇଖବର ଲେଖାହେବା ସୁଦ୍ଧା ଚାରିଆଡେ କେବଳ ଅନ୍ଧକାର ମୟ ରହିଛି । କିନ୍ତୁ ଜନସାଧାରଣ ତାତିରୁ କିଛିଟା ଆଶ୍ବସ୍ତି ପାଇଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )