ଢ଼ିଙ୍କିସାଳ ରେ ଗଡ଼ିଲା ରାଜସ୍ୱ ରଥ, ୧୭ ଜଣଙ୍କୁ ପଟ୍ଟା ବଣ୍ଟନ କଲେ ତହସିଲଦାର ।

0 355

ଶେରଗଡ,୦୯/୦୭(ପିପିଟି);କରୋନା ମହା ମାରମାରୀ ସମୟରେ ସାଧାରଣ ଜନତାଙ୍କୁ ଘର ପାଖରେ ରାଜସ୍ୱ ସେବା ଯୋଗାଇ ଦେବା ପାଇଁ ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶେରଗଡ଼ ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କ ଉପସ୍ଥିତରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ମହୁପଦର ଗ୍ରାମ ପଞ୍ଚାୟତର ଢ଼ିଙ୍କିସାଳ ଗାଁ ରାଜସ୍ବ ରଥ ପହଞ୍ଚି ୧୭ ଜଣଙ୍କୁ ପଟ୍ଟା ବଣ୍ଟନ କଲେ ତହସିଲଦାର। ଶେରଗଡ଼ ତହସିଲର ପ୍ରତି ପଞ୍ଚାୟତ ଓ ଗାଁ ଗାଁ କୁ ବୁଲିବ ରଥ । ଏବଂ ଲୋକଙ୍କ ଘରକୁ ଯାଇ ବିଭିନ୍ନ ରାଜସ୍ବ ସେବା ପ୍ରଦାନ କରାଯିବ । କରୋନା ସମୟରେ ପ୍ରଶାସନ ଘରକୁ ଯାଇ ପଟ୍ଟା ବଣ୍ଟନ ,ଦରଖାସ୍ତ ଗ୍ରହଣ କରାଯିବା ବୋଲି ତହସିଲଦାର ଶ୍ରୀ ପରିଡ଼ା କହିଛନ୍ତି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.