ଡେସିମିଲ ପିଛା ଅଧିକ ଦୁଇ ଶହ ଟଙ୍କା କାହା ପାଇଁ ?

0 990

ଶେରଗଡ,୨୯/୦୯(ପିପିଟି); ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବ୍ଳକରେ ଲୋକମାନଙ୍କ ଅସୁବିଧାକୁ ଦେଖୁ ମୁଖ୍ୟମନ୍ତ୍ରୀ ଶେରଗଡ ରେ ନୂତନ ଭାବେ ସବରେଜିଷ୍ଟର ଅଫିସ କରିଥିଲେ । ପୂର୍ବରୁ ଲୋକମାନେ ହିଞ୍ଜିଳି ଯାଇ ଅନେକ ଖର୍ଚ୍ଚାନ୍ତ ହେଉଥିଲେ ବର୍ତ୍ତମାନ ଶେରଗଡରେ ସବରେଜିଷ୍ଟର ଅଫିସ ଖୋଲିଥିଲେ ମଧ୍ୟ ଲୋକଙ୍କ ନାହିଁ ନଥିବା ଅସୁବିଧା ଦେଖବାକୁ ମିଳୁଛି ତହସିଲର ଏକ ଛୋଟିଆ ଘରେ ଚାଲୁଛି ଅସ୍ଥାୟୀ ସବରେଜିଷ୍ଟ ଅଫିସ ସେଠାରେ ସ୍ଥାୟୀ ସବରେଜିଷ୍ଟର ମଧ୍ୟ ନାହାଁନ୍ତି । ତହସିଲଦାର ସବରେଜିଷ୍ଟର ଦାୟିତ୍ବ ରେ ରହୁଥିବା ଯୋଗୁଁ ତହସିଲ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି ଏଣୁ ଏପଟେ ଅଫିସରେ ଥିବା କିଛି କିରାଣୀ ଅସାଧୁ ଉପାୟରେ ଅର୍ଥ ଆଦାୟ କରୁଥିବା ଶୁଣିବାକୁ ମିଳୁଛି ସେଠାରେ ଥିବା କିଛି ଦଲିଲ ଲେଖକ ନିଜ ନାମ ଗୋପନ ରଖି କହିଛନ୍ତି ଜମି ରେଜିଷ୍ଟ୍ରେସନ କଲେ ଅଫିସର ସମସ୍ତ ରେଜିଷ୍ଟ୍ରି ଫିଜ ବାଦେ ଡେଶିମିଲ ପିଛା ଦୁଇଶହ ଟଙ୍କା ଲାଞ୍ଚ ଆକାରରେ ନେଉଛନ୍ତି । ଫଳରେ ସାଧାରଣ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଥିବା ବେଳେ ଅଫିସର ଓ କର୍ମଚାରୀ ମାଲା ମାଲ ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ତଦନ୍ତ କଲେ କାହାର ଭାଗ କେତେ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । (ରିପୋର୍ଟ – ଭିକୁ ନାୟକ ।)

Leave A Reply

Your email address will not be published.