ଶେରଗଡ,୧୮/୦୫(ପିପିଟି); ମହାମାରୀ କରୋନା ର ଭୟଙ୍କର ରୂପ, ରାଜ୍ୟ ସରକାରଙ୍କ ଲକଡାଉନ ପ୍ରଭାବରେ ନିଜର କାର୍ଯ୍ୟ ହାସଲ ପାଇଁ ତହସିଲ କାର୍ଯ୍ୟଳୟରୁ ବିଭିନ୍ନ ପ୍ରକାର ସରକାରୀ ସାର୍ଟିଫିକେଟ ଓ ପଟ୍ଟା ପାଇବାରେ ଜନସାଧାରଣ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ,ସେମାନଙ୍କ ହାତ ପାହାନ୍ତା ରେ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ଉଦ୍ଦେଶ୍ଯରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଯାଇଛି ରାଜସ୍ବ ରଥ । ଆଜି ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା ନେତୃତ୍ୱରେ ଡେଙ୍ଗାପଦର ପଞ୍ଚାୟତରେ ଅତିରିକ୍ତ ତହସିଲଦାର ଅକ୍ଷୟ ମଲ୍ଲିକ, ରାଜସ୍ବ ସୁପରଭାଇଜର ପି. ପଞ୍ଚାମ୍ମା ଓ ମନୋଜ ନାହାକ, ଡେଙ୍ଗାପଦର ରାଜସ୍ବ ନିରୀକ୍ଷକ ପ୍ରଭାତ କୁମାର ରାଉଳ ଉପସ୍ଥିତ ରହି ୨୩ ଜଣଙ୍କୁ ପଟ୍ଟା ଓ ୪୮ ଘରକୁ ଗ୍ରାମକଣ୍ଟକ ପଟ୍ଟା ପାଇଁ ଦରଖାସ୍ତ ବଣ୍ଟନ କରିଥିଲେ। ସରକାର ଦ୍ବାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ଡେଙ୍ଗାପଦର ଜନସାଧାରଣ ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।
(ରିପୋର୍ଟ- ଭିକୁ ନାୟକ। )
Prev Post