ଡିୱାଇଏଫଆଇ ଓଡ଼ିଶା ରାଜ୍ୟ କମିଟିର ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ ଅନୁଷ୍ଠିତ ।

0 2,334

ବ୍ରହ୍ମପୁର,୨୮/୦୮(ପିପିଟି): ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍ ଓଡ଼ିଶା ରାଜ୍ୟ କମିଟିର ପରିବର୍ଦ୍ଧିତ ବୈଠକ ସହିଦ ଲକ୍ଷ୍ମଣ ନାୟକ ସଭାକକ୍ଷ ଠାରେ ସଙ୍ଗଠନର ରାଜ୍ୟ ସଭାପତି କ.ସରୋଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବ ନେତୃତ୍ୱ ମାନେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କଲାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଙ୍ଗଠନର ଯୁବ ଭାରତୀୟ ସମ୍ପାଦକ ସମ୍ପାଦକ କ.ଅଭୟ ମୁଖାର୍ଜୀ ଉପସ୍ଥିତ ରାଜ୍ୟ କମିଟି ନେତା ମାନଙ୍କୁ ଉଦ୍ଦବୋଧନ ଦେଇ କହିଥିଲେ ଯେ ବର୍ତ୍ତମାନ ଦେଶରେ ନରେନ୍ଦ୍ର ମୋଦୀ ସରକାର ଯେଭଳି ଭାବରେ ରାଷ୍ଟ୍ରାୟତ ସମ୍ପତ୍ତି ଗୁଡ଼ିକୁ ବିକ୍ରି କରିଦେବାକୁ ନ୍ୟାସନାଲ ମନିଟାଇଜେଶନ ପାଇପଲାଇନ ( ଏନ୍. ଏସ.ଜି ) ନାମରେ ଆରମ୍ଭ କରିଛି । ଯାହାକି ମୂଳ ସମାଜକୁ ସଙ୍ଗଠିତ କରି ଆକଳନ ଗତି ତୋଳିବା ସହିତ ଆଗାମୀ ଦିନରେ ବେକାରୀ ନିଯୁକ୍ତି ଦାନିର ସ୍ଥାନୀୟ ଆକଳନ ଗତି ତୋଳିବାକୁ ଆହ୍ୱାନ କରିଥିଲେ । ଏହି ବୈଠକରେ ସି.ପି.ଆଇ ( ଏମ ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କ.ସୁରେଶ ପାଣିଗ୍ରାହୀ ଯୁବ ସମାଜକୁ ଡିୱାଇଏଫଆଇ ସଙ୍ଗଠନରେ ସାମିଲ କରି ସଙ୍ଗଠନ କୁ ମଜବୁତ୍ କରିବାକୁ ଆହ୍ବାନ କରିଥିଲେ । ସଙ୍ଗଠନ ର ରାଜ୍ୟ ସଂଯୋଜକ ଯତୀନ ମହାନ୍ତି ବୈଠକ ରେ ସାଂଗଠନିକ ଲିଖିତ ରିପୋର୍ଟ ଉପସ୍ଥାପନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ରାଜ୍ୟ ଉପସଭାପତି ରାଓ କିଶୋର ପ୍ରଧାନ , ଅଜିତ ପାଣିଗ୍ରାହୀ , ଦିଲୀପ ପରିଡା , ବିପିନି ବାହୁ , ଧିରେନ୍ ପାତ୍ର , ନାଗେଶ ଶବର , ମାନସ ଜାନୀ , ଚତୁର ସିଂ ହରିଜନ , ତ୍ରିଲୋଚନ ପ୍ରଧାନ , ଦୋରା କୁଣ୍ଡା , ଗୌରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ଦେଶର ସମସ୍ୟା ଉପରେ ଆକଳନ କରି ସମସ୍ତ ବ୍ଲକରେ ସଭ୍ୟ ସଂଗ୍ରହ ଆଦି ସଙ୍ଗଠିତ କରି ନଭେମ୍ବର ରେ ସଙ୍ଗଠନ ପ୍ରତିଷ୍ଠା ଦିବସରେ ରାଜ୍ୟସ୍ତରୀୟ କନଭେନସନ ପାଇଁ ଆବାହନ କରାଯାଇଛି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.