ପୋଲସରା,୨୦/୦୯(ପିପିଟି): ଆଜି ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଯାତ୍ରୀ ବସ ମାଡି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୁଚନା ଅନୁସାରେ ଆଜି ଦିନ ସାଢେ଼ ଏଗାର ଘଣ୍ଟା ସମୟରେ ପୋଲସରା ନିକଟସ୍ଥ ବଘାଡି ଗ୍ରାମର ସୁଶାନ୍ତି (୪୫ ବର୍ଷ) ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ ନିଜର ଆଧାର କାର୍ଡ ସଂଶୋଧନ ପାଇଁ ମୂଖ୍ୟ ସଡକ ର ଅପର ପାର୍ଶ୍ଵ ଡିଭାଇଡର ପାର ହୋଇଯିବା ସମୟ ରେ ଶଙ୍କର ନାମକ ଗୋଟିଏ ଯାତ୍ରୀବାହୀ ବସ ମାଡି ଯାଇଥିଲା। ଫଳରେ ସୁଶାନ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ତେବେ ସୁଶାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଥିଲେ। ମାତ୍ର ବ୍ରହ୍ମପୁର ମେଡିକାଲ କଲେଜ ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତିଙ୍କ ମୃତ୍ୟୁ ହୋଇ ଯାଇଥିଲା। ଦୃତ ଗତିରେ ଯାନବାହନ ଚଳାଚଳ ଯୋଗୁଁ ଏମିତି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଏଥି ସହିତ ଟ୍ରାଫିକ କଟକଣାକୁ ଅଧିକ କଡାକଡି କରିବା ପାଇଁ ଅଞ୍ଚଳରେ ମତ ପ୍ରକାଶ ପାଇଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)
Prev Post