ଡିଏଭି ପିଟି.ଏସ.ଆର୍ ପବ୍ଲିକ ସ୍କୁଲରେ ରଜ ଉତ୍ସବ ପାଳନ ।

0 268

ଭଞ୍ଜନଗର,୧୪/୦୬(ପିପିଟି): ପହିଲି ରଜ ଅବସରରେ ମଙ୍ଗଳବାର ଦିନ ଡିଏଭି ପିଟି ଏସ୍ ଆର୍ ପବ୍ଲିକ ସ୍କୁଲ ପରିସରରେ ‘ରଜ ଊତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହିଙ୍କ ଉପସ୍ଥିତରେ ଏହି ପର୍ବର ଶୁଭାରମ୍ଭ ହୋଇଥିଲା । ଛୋଟବଡ଼ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଦୄଶ୍ୟଶ୍ରାବ୍ୟ ମାଧ୍ୟମରେ ନାଟକ ପ୍ରଦର୍ଶନ ହୋଇଥିଲା । ଆଗ୍ରହୀ ଶିକ୍ଷାର୍ଥୀମାନେ ଘରେ ରହି ନିଜକୁ ରଜସଜ ହୋଇ ଅନ ଲାଇନରେ ନିଜ ନିଜର ଭିଡ଼ିଓ ପଠାଇଥିଲେ ।କିଛି ଛାତ୍ରଛାତ୍ରୀ ରଜପର୍ବ କଣ ଓ କେତେ ଦିନ ଧରି ଏହା ପାଳନ କରାଯାଏ ଏହାର ବାର୍ତ୍ତା ଜଣାଇଥିଲେ । ପିଲାମାନେ ରଜଦୋଳି ଖେଳିବା ସହ ମଉଜ ମସ୍ତିରେ ନାଚିଗାଇ ମନରୋଞ୍ଜନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.