ଡିଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲରେ  ଜାତୀୟ ପାଠାଗାରିକ ଦିବସ ପାଳନ ।

0 238

ଭଞ୍ଜନଗର, ୧୨/୮(ପିପିଟି):ଭଞ୍ଜନଗର ସ୍ଥିତ ଡିଏଭି ପିଟି ଏସ୍ ଆର ପବ୍ଲିକ ସ୍କୁଲରେ ପାଠାଗାରିକ ଦିବସ ପାଳନ କରାଯାଇଛି। ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉନ୍ମୋଚିତ କରିଥିଲେ । ଫାଦର୍ ଅଫ ଲାଇବ୍ରେରୀ ସାଇନ୍ସ  ଡକ୍ଟର ଏସ.ଅର୍. ରଙ୍ଗନାଥନ ଫଟୋ  ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପାଠାଗାରର ଆବଶ୍ଯକତା ଓ ବ୍ୟବହାରର ଦିଗ ପ୍ରତି ଆଲୋକପାତ କରିଥିଲେ। ରାଜଲକ୍ଷ୍ମୀ ଡାକୁଆ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ପରବର୍ତ୍ତୀ ମୂହୁର୍ତ୍ତରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ, ରୋଲ ଅଫ ଲାଇବ୍ରେରୀ ଓ ଲାଇବ୍ରେରୀଆନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସସ୍ମୀତା ପଟ୍ଟନାୟକ  ପରିଚାଳନା କରିଥିଲେ  ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.