ଡାଲା ଅଟୋ ଓଲଟି ଜଣେ ମୃତ,୧୪ ଆହତ।

0 642

ବେଲଗୁଣ୍ଠା,୦୩/୦୬(ପିପିଟି); ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ଗାଙ୍ଗପୁର ଥାନା ମରେଇପାଟ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଡ଼ାଲା ଅଟୋ। ଉକ୍ତ ଘଟଣା ରେ ଜଣେ ମୃତ,୧୪ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ଢ଼ିମିରିପଲ୍ଲୀ ଗ୍ରାମର ରେଣୁ ନାୟକ।ସୂଚନା ମୁତାବକ ଆଜି ସକାଳୁ ଢ଼ିମିରିପଲ୍ଲୀ ଗ୍ରାମର ୧୫ ଜଣ ଶ୍ରମିକ ଅଟୋ ରେ ବସି ରତ୍ନପୁର ଗ୍ରାମକୁ ପୋଖରୀ ଖୋଳା କାମ କରିବାକୁ ଯିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗୁରୁତର ଶ୍ରମିକ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଥିବା ବେଳେ ଅନ୍ୟ ମାନଙ୍କ ଚିକିତ୍ସା ଚାଲିଛି। ଅନ୍ୟପଟେ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରି ତଦନ୍ତ ଚଳାଇଛି।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.