ଉଲୁଣ୍ଡା,୧୬/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଡାଲଡବା ଗାଁରେ ଛେଳି ମଡ଼କ ଦେଖାଦେଇଛି । ଫଳରେ ଚାଷୀମାନେ ଭୟଭୀତ ହୋଇଯାଇଛନ୍ତି । ଚାଷୀଙ୍କ କହିବା ଅନୁସାରେ ଗ୍ରାମର ବଜରଙ୍ଗ ପାତ୍ରଙ୍କର ୯ଟି,ଋଷି ପାତ୍ରଙ୍କର ୫ଟି,ମଧୁ ପାତ୍ରଙ୍କର ୬ ଟି,ନିତ୍ୟାନନ୍ଦ ଭୟଙ୍କର ୮ ଟି ଏବଂ ମଧୁ ଭୋଇ ଙ୍କର ୧୦ ଟି ଛେଳି ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମେ ତଣ୍ଟି ଫୁଲି ଯାଉଥିବାବେଳେ ପରେ ତରଳ ଝାଡ଼ା ହେବାସହ ମୃତ୍ୟୁ ହୋଇଯାଉଛି ।ରୋଗର କାରଣ ଜଣାପଡୁନଥିବା ବେଳେ ପ୍ରାଣୀ ବିଭାଗ ପକ୍ଷରୁ ଯେତେ ପ୍ରକାର ଔଷଧ ଦେଲେ ବି କିଛି କାମ ଦେଉନାହିଁ ବୋଲି ଚାଷୀ ମନେ ଅଭିଯୋଗ କରିଛନ୍ତି । ତେବେ ଏହାର ନିରାକରଣ ପାଇଁ ପ୍ରାଣୀ ବିଭାଗ ପକ୍ଷରୁ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବାକୁ ଗ୍ରାମର ଛେଳି ଚାଷୀମାନେ ଦାବି କରିଛନ୍ତି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)