ଡାକ୍ତରଙ୍କ ଜନ୍ମଦିନରେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ।

0 242

ମାଲକାନଗିରି,୦୭/୧୨(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ଷଡଙ୍ଗୀ ନିଜର ଜନ୍ମଦିନକୁ ଏକ ନିରୋଳା ଢଙ୍ଗରେ ପାଳନ କରିଛନ୍ତି । ଆଜି ସେ ନୂଆଗୁଡା ଅଞ୍ଚଳର ମୋତି ଗୋଲରୀ (୬୦) ନାମକ ଜଣେ ମହିଳା ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ଆଗାମୀ ୬ ମାସ ପର୍ଯ୍ୟନ୍ତ ଉକ୍ତ ରୋଗୀର ପୋଷକ ତତ୍ତ୍ଵକୁ ଧ୍ୟାନ ରେ ରଖି ଉତ୍ତମ ପୋଷକ ଯୁକ୍ତ ଆହାରର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମତବ୍ଯକ୍ତ କରିଛନ୍ତି । ଆଜି ସେ ଉକ୍ତ ମହିଳାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରେ କିଛି ପୋଷକ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଯକ୍ଷ୍ମା ଭଳି ଦୁରାରୋଗକୁ ପୁରା ଭାରତ ବର୍ଷରୁ ମୁଳୋତ୍ପାଟନ ପାଇଁ ନିଜକୁ “ନିକ୍ଷୟ ମିତ୍ର” ଯୋଜନାରେ ସାମିଲ କରି,ଏହି ଭଳି ମହାନ ସ୍ବାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ ହେବା ସହ, ଜଣେ ଜଣେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଡଃ ଷଡଙ୍ଗୀ ସମସ୍ତ ସ୍ୱଚ୍ଛଳ, ବଦାନ୍ୟ ଓ ସହୃଦୟ ବ୍ୟକ୍ତି ବିଶେଷଙ୍କୁ ଆହ୍ୱାନ କରିଛନ୍ତି ।ତାଙ୍କର ଏହି ମହାନ୍ ଚିନ୍ତାଧାରା ପାଇଁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରୁଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.