ମାଲକାନଗିରି,୧୦/୦୮(ପିପିଟି): ମାଲକାନଗିରି ମୁଖ୍ୟ ଡାକଘର ସମ୍ମୁଖରେ କାର୍ଯ୍ୟରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀମାନେ କେନ୍ଦ୍ର ସରକାର ଡାକଘରଗୁଡିକୁ ଘରୋଇ କରଣ କରିବା ଲାଗି ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଏକ ଦିବସୀୟ ଧାରଣା ଦେଇଛନ୍ତି । ଏହା ସହ ୨୦ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରେରଣ କରିଥିବା ଜଣା ପଡିଛି । ମୁଖ୍ୟ ପୋଷ୍ଟାଲ ଆସିଷ୍ଟାଣ୍ଡ ନିରଞ୍ଜନ କୁମାର ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସରକାର ଡାକଘରଗୁଡିକୁ ଘରୋଇକରଣ ଓ ନିଗମ ହାତକୁ ଟେକିଦେବା ସହ ଡାକଘରର ସମସ୍ତ ଯୋଜନା ଗୁଡିକ ଘରୋଇ କମ୍ପାନୀ ହାତରେ ନ୍ଯସ୍ତ କରିବାକୁ ଯାଉଛନ୍ତି । ଯାହାକି ଡାକଘର ଓ ଗରିବ ଜନସାଧାରଣଙ୍କ ହିତରେ ନୁହେଁ । ଦୀର୍ଘବର୍ଷ ଧରି ଡାକଘର ଭାରତର ପୁରପଲ୍ଲୀରେ ବିଭିନ୍ନ ପ୍ରକାର ସେବା ଯୋଗାଇ ଆସୁଥିବା ବେଳେ ଗରିବ ଜନସାଧାରଣଙ୍କ ସୁଖଦୁଃଖର ସାଥୀ ହୋଇ କାର୍ଯ୍ଯ ନିର୍ବାହ କରି ଆସିଛନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ନିଜ ହିତସାଧନ କରିବା ନିମନ୍ତେ ଡାକଘରକୁ ନିଗମ ବା ଘରୋଇ କରଣ କରିବା ଦ୍ବାରା ଡାକ କର୍ମଚାରୀ ଏବଂ ଉପୋଭକ୍ତାମାନେ ବହୁତ କ୍ଷତିର ସମ୍ମୁଖିନ ହେବେ । ସମୁଚିତ ସ୍ବାର୍ଥ ରକ୍ଷା ପାଇଁ ଆଜି ଡାକ କର୍ମଚାରୀମାନେ ବିଭିନ୍ନ ଦାବି ପୂରଣ କରିବା ସହ କେନ୍ଦ୍ର ସରକାରଙ୍କ ଘରୋଇ କରଣ ପ୍ରତିବାଦରେ ଗୋଟିଏ ଦିନ କାର୍ଯ୍ୟବନ୍ଦ କରିବା ସହ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ସୁଜିତ ପଣ୍ଡା, ରଞ୍ଜନ ପ୍ରଧାନ , ବାଦଲ ମଣ୍ଡଳ, ଆରତୀ ପାଣିଗ୍ରାହୀ,ଦୁର୍ଯ୍ୟୋଧନ ବାଙ୍କିଆ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post
Next Post