ଡ଼ି.ଏ.ଭି ପି.ଟି ଏସ.ଆର ପବ୍ଲିକ ସ୍କୁଲରେ ରକ୍ତଦାନ ଶିବିର ।

0 374

ଭଞ୍ଜନଗର,୨୩/୦୧(ପିପିଟି); ଆଜି ହେଉଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ,ବୀର ସୁରେନ୍ଦ୍ର ସାଏ ଓ ଘୁମୁସର ମାଟିର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ।ଏହି ୩ଜଣ ମହାନ ସ୍ଵାଧିନତା ସଂଗ୍ରାମୀ ଗୋଟିଏ ଦିନରେ ଜନ୍ମ ଗ୍ରହଣ କରି ଦେଶ ଓ ଜାତିର ରକ୍ଷା ପାଇଁ ଇଂରେଜମାନଙ୍କ ମାନଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରି ଥିଲେ।ତେଣୁ ଏଭଳି ଏକ ପୁଣ୍ୟ ଦିବସରେ ଭଞ୍ଜନଗର ଡ଼ି.ଏ.ଭି ପି.ଟି ଏସ.ଆର ପବ୍ଲିକ ସ୍କୁଲରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ଏଥି ନିମନ୍ତେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ବିଦ୍ୟାଳୟର ମୁଖ୍ୟ ଅମର ନାଥ ରଥ ଉପସ୍ଥିଗ ରହି ଏହି ୩ଜଣ ବୀର ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ ଏଥିରେ ସଂଯୋଜନା କରିଥିଲେ। ଏହି ରକ୍ତଦାନ ଶିବିରରୁ ମୋଟ ୨୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଓଡିଶା ରକ୍ତଭଣ୍ଡାର ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.