ଭଞ୍ଜନଗର, ୨୪/୭(ପିପିଟି): ସୋରଡ଼ା ବ୍ଲକ ବଡ଼ଗଡ଼ ମୁଖ୍ୟ ରାସ୍ତାରେ ନୃତ୍ୟାନୁଷ୍ଠାନ ଡ୍ୟାନ୍ସ ପ୍ଲାନେଟ ଷ୍ଟୁଡ଼ିଓର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ରୂପେ ବଡ଼ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ସୁରଜ ଝଙ୍କାର,ସମ୍ମାନିତ ଅତିଥି ଭାବେ ୟୁଡିଏ ମୁଖ୍ୟ ତଥା ସକାଳ’ର ଉପଖଣ୍ଡ ପ୍ରତିନିଧି ଜୟକୃଷ୍ଣ ପଟ୍ଟନାୟକ,ନାଟ୍ୟ ନିର୍ଦ୍ଦେଶକ ବିଷ୍ଣୁ ଗନ୍ତାୟତ ଓ ଅନ୍ୟମାନେ ଯୋଗ ଦେଇଥିଲେ।ଏଥିରେ ଅଜିତ କୁମାର ପଣ୍ଡା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଶିକ୍ଷା ସାଙ୍ଗକୁ ନୃତ୍ୟ,ସଙ୍ଗୀତ, କ୍ରୀଡ଼ା ସବୁ ପିଲାଙ୍କ ପାଇଁ ନିହାତି ଆବଶ୍ୟକ।ଏହାଦ୍ୱାରା ସେମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ।ଯାହା ଫଳରେ ସେମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିପାରିବେ ବୋଲି ସାମ୍ବାଦିକ ଶ୍ରୀ ପଟ୍ଟନାୟକ କହିଥିଲେ।ଥାନା ଅଧିକାରୀ ଶ୍ରୀ ଝଙ୍କାର ପିଲାମାନେ କିଭଳି ନୃତ୍ୟ ସଙ୍ଗୀତ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଅନୁଷ୍ଠାନର ମୁଖ୍ୟ ସଞ୍ଜୟ କୁମାର ଗୌଡ଼ଙ୍କର ସଫଳତା କାମନା କରିଥିଲେ।ଡ୍ୟାନ୍ସ ପ୍ଲାନେଟ ଷ୍ଟୁଡିଓ ଏବଂ ଭଞ୍ଜନଗର ୟୁନିକ ଡ୍ୟାନ୍ସ ଏକାଡେମୀର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ।ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ଥାନୀୟ ଜନସାଧାରଣ ଏହାକୁ ଉପଭୋଗ କରିଥିଲେ।ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଏଥିରେ ଅନୁଷ୍ଠାନର ମୁଖ୍ୟ ସଞ୍ଜୟ,ୟୁଡିଏର ମାଷ୍ଟର ପିଣ୍ଟୁ,ଯୋଗେନ୍ଦ୍ର, ଦିଲିପ, ପ୍ରମୋଦ,ଜିତେନ୍,ପ୍ରିୟା, ହରପ୍ରିୟା, ଖୁସି ଓ ଅନ୍ୟମାନେ ସହଯୋଗ କରିଥିଲେ।
ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ