ଯାଜପୁର,ତା-୧୦/୧୦(ପିପିଟି); ଆଜି ବାଲେଶ୍ୱର ଠାରେ ଏକ କୃଷକ ସମାବେଶ ରେ ଯୋଗ ଦେବାକୁ ଯାଉଥିବା ଏ ଆଇ ସି ସି ସାଧାରଣ ସମ୍ପାଦକ, ସାଂସଦ ତଥା ଓଡିଶା ପ୍ରଭାରୀ ଡ଼ଃ ଏ. ଚେଲା କୁମାର ଙ୍କୁ ଜାରକା ଠାରେ କଂଗ୍ରେସ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟରେ ୨କୋଟି ରୁ ଉର୍ଦ୍ଧ୍ବ ଅଣ ସଂଗଠିତ ଶ୍ରମିକ ବିଭିନ୍ନ କ୍ଷେତ୍ରରେ ନିଜର ଜୀବନ ଜୀବିକା ଅନ୍ଧକାର ଦେଇ ଗତି କରୁଥିବା ବେଳେ କେନ୍ଦ୍ରର ବି. ଜେ. ପି. ଓ ରାଜ୍ୟରେ ବି. ଜେ. ଡି. ସରକାରଙ୍କ ଭୁଲ ଅର୍ଥନୀତି ଯୋଗୁଁ ଲକ୍ଷାଧିକ ଶ୍ରମିକ ଜୀବିକା ହରାଇବାକୁ ବସିଲେଣି । କଂଗ୍ରେସ ସରକାରଙ୍କ ସମୟ ରେ ପ୍ରତିଷ୍ଠା ହୋଇଥିବା ସରକାରୀ ଉଦ୍ୟୋଗ ଗୁଡିକୁ ଶାଗ ମାଛ ମୂଲ୍ୟରେ ବିକ୍ରି କରୁଥିବାରୁ ଏହା ବିରୁଦ୍ଧରେ ଦୃଢ ଆୱାଜ ଉଠାଇବା ପାଇଁ ଡ଼ଃ ଚେଲା କୁମାର ସମବେତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଧର୍ମଶାଳା ବ୍ଲକ ପୁର୍ବତନ ଅଧକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା କିଷାନ ପଣ୍ଡା, ବସନ୍ତ କୁମାର ପରିଡା ,ପ୍ରଫୁଲ୍ଲ କୁମାର ରାୟ, ଦେବାଶିଷ ପରିଡା ଓ ବହୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥଲେ ।