ଭଞ୍ଜନଗର,୨୯/୦୬(ପିପିଟି): ଭଞ୍ଜନଗର ଆମ ପୋଲିସ ସମିତି ତରଫରୁ ବୁଧବାର ଡହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଥାନା ଅଧିକାରୀ ଧିରେସ କୁମାର ଦାସ,ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ତ୍ରିପାଠୀ,ଶିକ୍ଷକ ନେତା ଜଗବନ୍ଧୁ ଜେନା,ମହିଳା ସଦସ୍ୟା ଲବଙ୍ଗ ଲତା ବେହେରା ମଞ୍ଚରେ ଉପସ୍ଥିତ ଥିଲେ।ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଡହ ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଆଜି ମଧ୍ୟ ବିଜ୍ଞାନ ଯୁଗରେ ସେଠାକାର ଲୋକମାନେ ଗୁଣିଗାରେଡି ଉପରେ ବିଶ୍ୱାସ କରି ନାନା ପ୍ରକାର ହଇରାଣ ହରକତ ହେଉଛନ୍ତି।ତେଣୁ ସେସବୁ ଠାରୁ ଦୂରେଇ ରହିବା ଓ ଜନସଚେତନତା ସୃଷ୍ଟି ଉପରେ ଅତିଥିମାନେ ମତ ଦେଇଥିଲେ।ସେହିଭଳି ସେସବୁ ଅଞ୍ଚଳରେ ଚୋରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସାଧାରଣ ସତର୍କ ରହିବା ସହ କିଛି ସୂଚନା ପାଇଲେ ପୁଲିସକୁ ତୁରନ୍ତ ଖବର ଦେବାପାଇଁ ଆଇଆଇସି ଶ୍ରୀ ଦାସ କହିଥିଲେ।ଭଞ୍ଜନଗର ଥାନାର ଦୁଇ କର୍ମଚାରୀ ଏସ.ଆଇ ପ୍ରଶାନ୍ତ କୁମାର ପ୍ରଧାନ ଓ ଡ୍ରାଇଭର ମୋହନ ପ୍ରଧାନଙ୍କ କାର୍ଯ୍ୟକାଳ ଆସନ୍ତା ୩୦ତାରିଖରେ ଶେଷ ହେଉଥିବାରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ଆମ ପୋଲିସ ସମିତିର ସଦସ୍ୟ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post